1. Big News : ଗୋରୁ ଖାଇଦେଲା ମକା ଫସଲ; ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା କଲା ଜମି ମାଲିକ

0
58
ଗୋରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୬/୦୮) : ମକା ଫସଲ ଗୋରୁ ଖାଇଦେଲା ବୋଲି ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା କଲା ଜମି ମାଲିକ ।

ଗୋରୁ ଖାଇଦେଲା ମକା ଫସଲ; ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା କଲା ଜମି ମାଲିକ : ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ଖାରିଗୁଡ଼ା ଗାଁ’ରେ ଘଟିଛି । ମୃତ ବ୍ୟକ୍ତ ଜଣଙ୍କ ହେଲେ ବ୍ରାହ୍ମଣୀ ଗାଁ’ର ମାଦି ପଡ୍ରା । ପୁଲିସ ଅଭିଯୁକ୍ତ ଆକାଶ ପଡ୍ରାକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଆକାଶ ଗାଁ ନିକଟରେ ଥିବା ଜମିରେ ମକା ଚାଷ କରିଥିଲେ । ଗତକାଲି ମାଦି ସେହି ଜମି ନିକଟକୁ ଗୋରୁ ଗାଈକୁ ଚରାଇବାକୁ ନେଇଥିଲେ । ମାଦିଙ୍କ ଗାଈ ମକା ଫସଲ ଖାଇ ଦେଇଥିଲା । ଆକାଶ ଉତ୍ତ୍ୟକ୍ତ ହୋଇ ଦେଶୀ ବନ୍ଧୁକ ଆଣି ମାଦିଙ୍କୁ ଗୁଳିକରି ହତ୍ୟା କରିଥିଲେ।ସନ୍ଧ୍ୟାରେ ଗୋରୁଗାଈ ଘରକୁ ଫେରିଥିଲେ ହେଲେ ମାଦି ଆଉ ଫେରିନଥିଲା ।

ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଜମି ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମାଦିଙ୍କୁ ପାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମାଦିଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ପରିବାର ଲୋକେ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଅଭିଯୁକ୍ତ ଆକାଶକୁ ଗିରଫ କରିଛି। ଆକାଶକୁ କୋଠର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ମାଦିଙ୍କ ପରିବାର ଲୋକେ ଦାବି କରିଛନ୍ତି।