1. Shocking News: ପଣ୍ତିତ ମେଘନାଦ ପାଣିଗ୍ରାହୀଙ୍କ ପରଲୋକ

0
77
ପଣ୍ତିତ ମେଘନାଦ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୯) : ସୁବର୍ଣ୍ଣପୁର ଜିଲ୍ଲାର ଜଣାଶୁଣା ଅମାୟିକ ବ୍ୟକ୍ତିତ୍ୱ ତଥା ଜଣେ ଲବ୍ଧପ୍ରତିଷ୍ଠିତ ପଣ୍ତିତ ଭାବରେ ସମଗ୍ର ରାଜ୍ୟରେ ପ୍ରତିଷ୍ଠିତ ଥିବା ବିଶିଷ୍ଟ ପଣ୍ତିତ ମେଘନାଦ ପାଣିଗ୍ରାହୀଙ୍କ ଆଜି ସଂଧ୍ୟା ରେ ବିୟୋଗ ଘଟିଛି

ପଣ୍ତିତ ମେଘନାଦ ପାଣିଗ୍ରାହୀ ଙ୍କ ପରଲୋକ : କର୍ମକାଣ୍ତ ଶାସ୍ଠ, ପୂଜାପଦ୍ଧତିରେ ତାଙ୍କର ଅଗାଧ ଜ୍ଞାନ ଥିଲା । ପେଶାରେ ସିଏ ଜଣେ ଅlଦର୍ଶ ଶିକ୍ଷକ ଥିବାବେଳେ ନିଶାରେ ସେଥିଲେ କର୍ମକାଣ୍ତ ସାଧକ । ବିବାହ, ବ୍ରତ, ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ସହିତ ଚଣ୍ତିପାଠ ଓ ଯଜ୍ଞ ଅନୁଷ୍ଠାନର ଜଣେ ପୋଖତ ପଣ୍ତିତ । ୧୯୯୦ ରୁ ୨୦୦୧ ସୋନପୁର ମା ସମଲେଶ୍ୱରୀ ମନ୍ଦିର ବେଢାରେ ୧୨ ବର୍ଷ ଚଣ୍ତିଯଜ୍ଞର ମୁଖ୍ୟ ପୁରୋହିତର ଦାୟିତ୍ୱ ତୁଲାଇଲା ପରେ ୨୦୧୧ ମସିହାରେ ମାଁ ସୁରେଶ୍ୱରୀଂକ ପାବନ ପୀଠରେ ନଅ ଦିନ ବ୍ୟାପି ଚଣ୍ତି ମହାଯଜ୍ଞର ମୁଖ୍ୟ ପୁରୋହିତ ଭାବେ ଅତି ଚମତ୍କାରଭାବେ ମନ୍ତ୍ର ଉଚ୍ଚାରଣ କରିବା ସହ ଦାୟିତ୍ୱ ନିର୍ବାହକରି ମାଁଙ୍କ ପ୍ରତି ତାଂକରି ଭକ୍ତିର ନିଦର୍ଶନ ସୃଷ୍ଟି କରିପାରିଥିଲେ ।

ବାଲାଙ୍ଗୀର ରୁଗୁଡ଼ିପଡା ଦୁର୍ଗା ମଣ୍ଡପ ଓ ପାଖ ପଡୋଶୀ ବିଭିନ୍ନ ଜିଲ୍ଲା ର ଦୁର୍ଗା ମଣ୍ଡପ କାଳୀ ମଣ୍ଡପ ଠାରେ ମଧ୍ୟ ଶ୍ରୀ ପଣ୍ତିତ ମେଘନାଦ ପାଣିଗ୍ରାହୀ ଦୀର୍ଘ ୨୫/୩୦ ବର୍ଷ ଧରି ଲଗାତାର ଭାବେ ନିଷ୍ଠା ଓ ସ୍ପଷ୍ଟ ଭାବେ ଉଚ୍ଚ କୋଟିର ମନ୍ତ୍ର ପଠନ କରି ସବୁଠି ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କୁ ସେ ମନ୍ତ୍ର ଦ୍ୱାରା ଭାବ ବିହ୍ଵଳ କରି ଦେଉଥିଲେ l

ଶ୍ରୀ ପଣ୍ତିତ ମେଘନାଦ ଙ୍କ ମନ୍ତ୍ର ଉଚ୍ଚାରଣ ଓ ଗୁରୁ ଗମ୍ଭୀର ସୁ -ମଧୁର ସ୍ୱର ରେ ଯେ କେହି ବି ଲୋକ ଙ୍କୁ ରାସ୍ତା ରୁ ପୂଜା ମଣ୍ଡପ କୁ ଟାଣି ଆଣୁଥିଲା l ଆଜି ସଂଧ୍ୟା ୫ ଘଣ୍ଟା ସମୟରେ ତାଂକରି ହିଙ୍ଗମା ଗ୍ରାମ ସ୍ଥିତ ବାସ ଭବନରେ ସ୍ୱର୍ଗାରୋହଣ ହୋଇଛି । ତାଂକରି ଧର୍ମପତ୍ନୀ, ୨ପୁଅ, ଝିଅଜ୍ୟୋଇଁ ସହିତ ନାତି ନାତୁଣି ଅଛନ୍ତି । ତାଂକରି ସ୍ୱର୍ଗାରୋହଣ ଖବର ପରେ ସୁବର୍ଣ୍ଣପୁର ବ୍ରାହଣ ସମାଜ, ବିଭିନ୍ନ ଧର୍ମାନୁଷ୍ଠାନ ଓ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ସୁବର୍ଣ୍ଣପୁର ତ୍ରିବେଣୀ ସଙ୍ଗମ ସ୍ଥିତ ଶ୍ମଶାନ ଘାଟ ଠାରେ ଆଜି ତାଙ୍କର ଅନ୍ତିମ ସଂସ୍କାର ହୋଇଥିବାବେଳେ ବଡ଼ପୁଅ ସୋମନାଥ ପାଣିଗ୍ରାହୀ ମୁଖାଗ୍ନୀ ଦେଇଥିଲେ।