ବାଇକ ରେ ଥିବା ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ

0
49
ବାଇକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୦୩/୦୯) : କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଚୁନୁସାହି ନିକଟରେ ଆଜି ସଂଧ୍ୟାରେ ଏକ ପିକ୍ଅପ୍ ସହ ଏକ ବାଇକର ମୁହାଁମୁହିଁ ଧକ୍କା ହୋଇଛି ।

ଦୁର୍ଘଟଣା ରେ ବାଇକରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି।ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବାଇକ ଆରୋହୀ ଦୁଇ ଜଣ ନିକଟସ୍ଥ ତଣ୍ଡୋ ଗ୍ରାମର ରଞ୍ଜନ ନାଏକ ଓ ଜ୍ୟୋତିମୋହନ ନାଏକ ବୋଲି ଜଣାପଡିଛି। ଉଭୟ ବାଇକ୍ ଯୋଗେ ସାହାରପଡା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ମାଛଗଡ ଯାଉଥିବା ପିକ୍ଅପ୍ ଭ୍ୟାନ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।