ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

0
62
ବଜ୍ରପାତରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୦୩/୦୯) : ବୌଦ୍ଧ ଜିଲ୍ଲା ରାଉତବାହାଲ ଗ୍ରାମରେ ଆଜି ଧାନ ବିଲରେ କାମ କରୁଥିବା ଜଣେ ମହିଳା ବଜ୍ରପାତରେ ଗୁରୁତର ଆହତ ପରେ ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ପାନେସ୍ବରୀ ପୋଢ (୪୭) ବିଲରେ କାମ କରୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିବାକୁ ଆମ୍ବୁଲାନ୍ସ୍ କୁ ଫୋନ୍ କରାଯାଇଥିଲା ମାତ୍ର ବୌଦ୍ଧ ଜିଲ୍ଲାରେ ସେ ସମୟରେ କୌଣସି ଆମ୍ବୁଲାନ୍ସ୍ ଉପଲବ୍ଧ ନଥିବାରୁ ନିରାଶ ହୋଇ ଏକ ଭଡ଼ା ଅଟୋ ଯୋଗେ ପାନେସ୍ବରୀଙ୍କୁ ବୌଦ୍ଧ ଡାକ୍ତରଖାନା ଅଣା ଯାଇଥିଲା l ସେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା ।