ଋଣ ଆଳରେ ଅର୍ଥ ହଡପ ଅଭିଯୋଗ

0
56
ଋଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୫/୦୯) : ସରକାରୀ ଭାବେ ବ୍ୟାଙ୍କ୍ ର ସିଲ୍ , ମୋହର ମାରି ଋଣ ଆଳରେ ଅର୍ଥ ହଡପ ଅଭିଯୋଗ କରିବା ସହ ନିଜେ ମାଲା ମାଲ ହୋଇ ଚାଲିଛନ୍ତି ଠକେଇ ଦଳ ।

ଏପରି ଏକ ଘଟଣା ରୁ ସ୍ପଷ୍ଟ ହୋଇଛି ଯେ କିପରି ସାଧାରଣ ଲୋକଙ୍କ ନିକଟରୁ ମୋଟା ଅର୍ଥ ପ୍ରଲୋଭନ ଦେଖାଇ ଋଣ କରିଦେବା,ସରକାରୀ ବେସରକାରୀ ଚାକିରି ରେ ନିୟୋଜିତ କରିବା କହି ବେଶ୍ ମୋଟା ଅଙ୍କ ରୋଜଗାର କରୁଥିବା ଟିଟିଲାଗଡ ଥାନା ରେ ଲିଖିତ ଅଭିଯୋଗ ସହ ମାମଲା ରୁଜ୍ଜୁ ହୋଇଛି । ହେଲେ ପରିତାପ ର ବିଷୟ ପୋଲିସ ଓଲଟା ଉକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ବଦଳରେ ତାଙ୍କୁ ଖୋଲା ଛାଡି ଦେଇ ଥିବା ଭଳି ଅଭିଯୋଗ କରିଛନ୍ତି ନୀଳାଦ୍ରି ଦାସ ନାମ୍ନୀ ଜଣେ ମହିଳା ।
ପ୍ରକାଶ ଯେ, ଟିଟିଲାଗଡ ଥାନା ଅନ୍ତର୍ଗତ ମହୁଲପଡା ଗ୍ରାମର ନିଲାନ୍ଦ୍ରି ଦାସ ଙ୍କ ନିକଟରୁ ଶ୍ୟାମ ଟାକ୍ରି ନାମକ ଜଣେ ବ୍ୟକ୍ତି ସରକାରୀ ପି ଏମ ଜି ବି ଋଣ ଆଳରେ ଜଣେ ଅବସର ପ୍ରାପ୍ତ ଆଇ ପି ଓ ଙ୍କ ସହ ମିଶି ଏଭଳି ଠକେଇ କରି ନେଇଯାଇଥିବା ଅଭିଯୋଗ ହୋଇଛି ।

ହେଲେ ଥାନା କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଏତଲା ଦାୟର କରାଯାଇ ସୁଦ୍ଧା ଅଭିଯୋଗ ନେଇ ତିନି ମାସ ବିତି ସାରି ଥିବା ସତ୍ତ୍ବେ ଘଟଣା ର ତଦନ୍ତ ଆରମ୍ଭ କରାଯାଇ ନ ଥିବା ପୋଲିସ ଉପରେ ଖୋଲା ଖୋଲି ଅର୍ଥ କାରବାର କରିଥିବା ନିଲାନ୍ଦ୍ରି ପ୍ରକାଶ କରିଛନ୍ତି । ସେହିପରି ଉକ୍ତ ଠକେଇ ର ମୁଖ୍ୟ ଶ୍ୟାମ ଟାକ୍ରି ତାଙ୍କ ଭଉଣୀ ଙ୍କୁ ସିକୁରିଟି ଗାର୍ଡ ଭାବେ ଚାକିରି କରାଇ ଦେବାକୁ ଅନୁରୂପ ଭାବେ ୧୦ ହଜାର ଟଙ୍କା ନେଇ ଯାଇଛନ୍ତି । ଥାନା ରୁ ନିରାଶ ହୋଇ ଅତିରିକ୍ତ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି ।

ବର୍ତ୍ତମାନ୍ ବିଭାଗୀୟ ମୁଖ୍ୟ ଏହି ଅଞ୍ଚଳ ରେ ଋଣ ଓ ଚାକିରି ପ୍ରଲୋଭନ ଦେଖାଇ ଏହି ଭଳି ଠକେଇ କରି ଆସୁଥିବା ଏକ ସ୍ବତନ୍ତ୍ର ଦଳ ଗଠନ କରି ଥିବା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ସ୍ୱତନ୍ତ୍ର ଭାବେ ଏହି ମାମଲା ର ଉପଯୁକ୍ତ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ ବୋଲି ବିଭିନ୍ନ ମହଲ ରୁ ଦାବି ହେଉଛି । ଦେଖିବାକୁ ବାକି ରହିଲା ଅଭିଯୁକ୍ତ ମାନଙ୍କ ବିରୋଧରେ ପୋଲିସ କଣ ପଦକ୍ଷେପ ନେବ ନାଁ ନାହିଁ ?