ଶିକ୍ଷକ ଆନ୍ଦୋଳନ ସ୍ଥଳରେ ପାରଳା ବିଧାୟକ

0
70
ଶିକ୍ଷକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୧/୯) : ଆଜି କାଶୀନଗର ବ୍ଲକ ର ଶିକ୍ଷକ ସଙ୍ଘର ଆନ୍ଦୋଳନ ଆଜି ପାଞ୍ଚ ଦିନରେ ପହଁଚିଛି ।

ସ୍ଥାନୀୟ ହାଇସ୍କୁଲ ହତା ମଧ୍ୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ତିନି ଦଫା ଦାବୀ ନେଇ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କୋଦୁରୁ ନାରାୟଣ ରାଓ, ଆନ୍ଦୋଳନ ସ୍ଥଳରେ ପହଞ୍ଚି ଶିକ୍ଷକ ମାନଙ୍କ ଦାବୀ ଜତାର୍ଥ ଓ ଆଗାମୀ ବିଧାନସଭା ଅଧିବେଶନରେ ଏ ନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିର୍ଭର ପ୍ରତିଶୃତି ଦେଇ ଉତ୍ସାହ ଜଣାଇଥିଲେ ।