ସୁଖଦୁଃଖ ର ନେତା ବିଜେଡି ସଂଗଠକ ଜଗନ୍ନାଥ ନୁଣ୍ଡୃକା

0
52
ସୁଖଦୁଃଖ

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା, (୧୨/୦୯) : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକର ଜଣେ ଦକ୍ଷ ନେତା ଭାବେ ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡୃକା ରାୟଗଡ଼ା ଜିଲ୍ଲା ଏବଂ ନିଜ ଅଞ୍ଚଳରେ ବିଜେଡି ଦଳର ଜଣେ ସଂଗ୍ରାମୀ ସଂଗଠକ, ପରିବେଶ ପ୍ରେମୀ, ସାମାଜିକ କର୍ମୀ ସହ ନିଜର ସ୍ଵସ୍ଥ ବ୍ୟକ୍ତିତ୍ଵ ଓ ପରୋପକାରୀ ମଣିଷ ଭାବେ ପରିଚିତ ।

ତାଙ୍କ ଜନ୍ମ ୨/୧/୧୯୭୯ ମସିହାରେ ଏକ ପଲ୍ଲୀ ଗ୍ରାମ ଡ୍ରୁକିଲିମାରେ ଜନ୍ମଗ୍ରହଣ କରିଥିଲେ ଓ ପଲ୍ଲୀ ଗ୍ରାମରୁ ତାଙ୍କ ଶିକ୍ଷା ଆରମ୍ଭ କରି ଥିଲେ । ପିତା ସ୍ବର୍ଗତ ଜୟୁରୁ ନୃଣ୍ଡୁକା ମାତା ତିଲେ ନୃଣ୍ଡୁକା ଙ୍କ ଯୋଗ୍ୟ ସନ୍ତାନ ଜଗନ୍ନାଥ ନୁଣ୍ଡୃକା ମୁନିଗୁଡା କଲେଜରୁ +୨ ଶିକ୍ଷା ଗ୍ରହଣ କରି ସାରିବା ପରେ ନିଜ କିଛି ପୌତ୍ରିକ ଜମିରେ ଚାଷ କରି ପରିବାର ଚଳାଉଥିବା ବାପାଙ୍କ ଅନ୍ତେ ମଧ୍ୟ ପନିପରିବା ଓ ଧାନ ଚାଷ କରୁଥିଲେ । ଚାଷକୁ ଅତି ଭଲପାଉଥିବା ଓ ଚାଷ ମାଧ୍ୟମରେ ରୋଜଗାର ସୃଷ୍ଟି କରିବାରେ ତାଙ୍କର ସଚେତନତା ପରେ ୨୦୦୨ ଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ରାଜନୀତି ରେ ପାଦ ଥାପି ଥିଲେ ଓ ୨୦୦୭‌ ପର୍ଯ୍ୟନ୍ତ ଶିବପଦର ପଞ୍ଚାୟତ ର ସମିତି ସଭ୍ୟ ରୂପେ ବିଜୟ ଲାଭ କରି ଅନେକ ଲୋକଙ୍କୁ ସାହାଯ୍ୟ ର ହାତ ବଢ଼ାଇଥିଲେ ।

୨୦୦୭ ଠାରୁ ୨୦୧୭ ପର୍ଯ୍ୟନ୍ତ ଦୁଇଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୮ ରେ ପୁଣିଥରେ ସମିତି ସଭ୍ୟ ରୂପେ ବିଜୟ ଲାଭ କରି କିଛି ଦିନ ବ୍ୟବଧାନ ରେ ସମିତି ସଭ୍ୟ ପଦରୁ ଉହୂରି ଯାଇ ରାୟଗଡ଼ା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ରୂପେ କାର୍ଯ୍ୟ କରିଆସିଥିଲେ । ବର୍ତ୍ତମାନ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶ ତଥା କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଅଛନ୍ତି । ଜଗନ୍ନାଥ ମୁନିଗୁଡା ଅଞ୍ଚଳ ର ଜଣେ ଟାଣୁଆ ଲୋକପ୍ରିୟ ଜନନେତା ଓ ଗରିବ ଲୋକଙ୍କ ସୁଖ ଦୁଃଖ ର ସାଥୀ । ସେ ଜଣେ ଭଲ ବକ୍ତା ତାଙ୍କ କଥା ଓ ସୁନ୍ଦର ବ୍ୟବହାର ଅତିସୁନ୍ଦର ।

ନିୟମ ଗିରି ଦୁର୍ଗମ ଅଞ୍ଚଳ ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ଲୋକଙ୍କ ସହିତ ମିଶି ଲୋକ ଙ୍କ ସୁଖ ଦୁଃଖ ବୁଝିବା ସହିତ ସରକାର ଙ୍କ ଯୋଯନା କିପରି ପହିଞ୍ଚିବ ବୁଝିବା ସହିତ ପ୍ରସାସନଙ୍କ ସହିତ କଥାବାର୍ତ୍ତା କରିଥାନ୍ତି। ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ, ସ୍ୱଛ ଭାରତ ଅଭିଯାନରେ ସଫେଇ କରି ପରିବେଷ ଗଠି ତୁଳିବା ଓ ଶଭି ଦୁଃଖୀ ମଣିଷକୁ ସହାୟତା କରିବା, ଶିକ୍ଷାର ବିକାଶ, ସରକାରଙ୍କ ଜୋଜନ ସଭିଙ୍କ ପାଖରେ ପହଞ୍ଚାଇବା ତାଙ୍କ ଲକ୍ଷ୍ୟ ଓ କାର୍ଯ୍ୟ ବୋଲି ଶ୍ରୀ ନୃଣ୍ଡୁକା ପ୍ରକାଶ କରିଛନ୍ତି ।

ମୁନିଗୁଡ଼ା ଅଞ୍ଚଳ ପାଇଁ ସେ ଜଣେ ବିଜେଡି ର ଭଲ ନେତା ହୋଇଥିବା ହେତୁ ଅଞ୍ଚଳ ବାସୀଙ୍କ ଏକ ସ୍ବପ୍ନ ଅଛି ଆଗାମୀ ସାଧାରଣ ନିର୍ବାଚନରେ ଜଗନ୍ନାଥ ନୁଣ୍ଡୃକା ବିଧାୟକ ହେଲେ ଅଞ୍ଚଳ ବାସୀଙ୍କ ଦୁଃଖ ଦୁର ହେବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । କଥାରେ ଅଛି ବଣମଲ୍ଲୀ ବଣରେ ଫୁଟେ ଓ ବଣରେ ମଉଳି ଯାଏ ତାହାର ବାସ୍ନା କେହିଯାଣି ପାରନ୍ତେ ନାହିଁ । କିନ୍ତୁ ଜଗନ୍ନାଥ ନୁଣ୍ଡୃକା ପଲ୍ଲୀ ଗାଁ’ରେ ରହି ଅନେକ ନାଁ ସାଉଁଟି ନେଇ ଲୋକଙ୍କ ନିକଟତର ହୋଇପାରିଛନ୍ତି । ଅଞ୍ଚଳ ବାସୀଙ୍କ ଜନନେତା କେବେ ହୋଇପାରିବେ ବିଧାୟକ ? ଓ ଅଞ୍ଚଳର ସେବା ଯୋଗେଇବେ ଏହା ଅଞ୍ଚଳ ବାସୀଙ୍କ ଆଶା ଓ ବିଶ୍ୱାସ ବୋଲି ଅନେକ ଜନସାଧାରଣ କହିଥିବା ଜଣାପଡିଛି ।