ସରକାରୀ ଯୋଜନା ପ୍ରଚାର ଓ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0
71
ସରକାରୀ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୨/୯) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ପଞ୍ଚାୟତ ସମିତି ସଭାଗୃହ ଠାରେ ବ୍ଳକ୍ କଳା ସଂସ୍କୃତି ସଂଘ ଦ୍ଵାରା କଳାକାର ମାନଙ୍କୁ ନେଇ ଏକ ୨ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି ।WhatsApp Image 2023-09-12 at 17.57.29

ଏହି କାର୍ଯ୍ୟକ୍ରମ ପରିଚାଳନାରେ ସୂଚନା ଏବଂ ଲୋକସଂପର୍କ ବିଭାଗ ସହାୟତା କରିଥିବା ଜଣା ପଡିଛି । ସରକାରଙ୍କ ବିଭିନ୍ନ ଯୋଜନା ଯଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ବୀମା କାର୍ଡ଼, ମିଶନ୍‌ ଶକ୍ତି ଅନ୍ତର୍ଗତ ବିଭିନ୍ନ ଯୋଜନା, ମମତା ଯୋଜନା ଭଳି ଯୋଜନା ଗୁଡ଼ିକର ସଚେତନତା ପାଇଁ ପ୍ରଚାର ପ୍ରସାର ପାଇଁ କଳାକାର ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିବା ଜଣାପଡିଛି ।ଏହି କାର୍ଯ୍ୟକ୍ରମରେ ବୋରିଗୁମ୍ମା ବ୍ଲକ୍‌ର କଳାକାରମାନଙ୍କ ସହିତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଧୁରୀ ଆଚାରୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ବିଡିକା, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦ୍ରିକା କଣ୍ଡାଙ୍କେଲ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୋନାଲି ନାୟକ, ମିଶନ୍ ଶକ୍ତି ସଂଯୋଜକ ବିଜୟ ମହାନ୍ତି, ଜିଲ୍ଲା ସଂଘ ଉପ ସଭାପତି ବାଲାଜୀ ସାମନ୍ତରାୟ, କଳାକାର ସନ୍ତୋଷ କୁମାର ଷଡ଼ଙ୍ଗୀ, ଗୌରୀ ଶଙ୍କର ଦାଶ, କୈଳାସ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ସରକାରଙ୍କ ପ୍ରାୟ ପ୍ରତ୍ୟେକ ବିଭାଗର ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସରକାରଙ୍କ ଯୋଜନା ଗୁଡ଼ିକୁ କଳା ମାଧ୍ୟମରେ ସଚେତନ ତଥା ପ୍ରଚାର ପାଇଁ ଉପସ୍ଥିତ କଳାକାର ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଆରମ୍ଭ କରି ଥିବା ବେଳେ ଆସନ୍ତା କାଲି ମଧ୍ୟ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣା ପଡିଛି । ପ୍ରକାଶ ଥାଉ କି , ଜିଲ୍ଲା କଳା ସଂସ୍କୃତି ସଂଘ ଓ ବ୍ଳକ୍ କଳା ସଂସ୍କୃତି ସଂଘ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ୨୦୧୦ ମସିହାରେ ଆରମ୍ଭ ହୋଇଥିଲା । ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଭି .କେ .ପାଣ୍ଡିଆନ୍ ଙ୍କ ଉଦ୍ୟମ ଫଳରେ ତା . ୩/୬/ ୨୦୧୦ ରିଖରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରା ଯାଇଥିଲା ।

୨୦୧୧ ମସିହାରେ ତତ୍ କାଳୀନ ମୂଖ୍ୟ ଶାସନ ସଚିବ ଶ୍ରୀ ବି.କେ. ପଟ୍ଟନାୟକଙ୍କ ଚିଠି ସଂଖ୍ୟା CG-Misc.-08/10(pt.)6821/CS (Culture) Bhubaneswar,Dated the 11/8/2011 ମାଧ୍ୟମରେ ଜିଲ୍ଲା କଳା ସଂସ୍କୃତି ସଂଘ ଓ ବ୍ଳକ୍ କଳା ସଂସ୍କୃତି ସଙ୍ଘ ଗଠନ ପାଇଁ ଜିଲ୍ଲାପାଳମାନଙ୍କୁ ମାର୍ଗଦର୍ଶିକା ପ୍ରେରଣ କରିଥିଲେ ଏବଂ ସେହି ମାର୍ଗ ଦର୍ଶିକାରେ ପ୍ରତି ବ୍ଳକରେ ଗାଆଁ ଗହଳିରେ ଅବଗତ କରିବା ସହ ପ୍ରମୁଖ କଳାକାର ମାନଙ୍କୁ ନେଇ ବ୍ଲକ କଳା ସଂସ୍କୃତି ସଂଘ ଗଠନ କରିବା ବିଷୟରେ ଉଲ୍ଲେଖ ଥିଲା । ଏଥି ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତା. ୧/୪ / ୨୦୧୧ ରିଖରେ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।

ସଂସ୍କୃତି ବିଭାଗର ପତ୍ର ସଂଖ୍ୟା 6255-6313 /DC,dt.30/07/2011 ଏବଂ 6604/DC, dt.03/08/2011 ଏଥି ପୂର୍ବରୁ ସେହି ସମୟରେ ପ୍ରତି ବ୍ଲକ ସ୍ତରରେ କଳାକାରମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାପାଇଁ ମଧ୍ୟ ମାର୍ଗଦର୍ଶିକାରେ ଉଲ୍ଲେଖ ଥିଲା ଓ ଏଥିପାଇଁ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ Bkss କୁ ୨ ଲକ୍ଷ ଟଙ୍କା ତଥା zkss କୁ ୫ ଲକ୍ଷ ଟଙ୍କା ପାଣ୍ଠି (revolving fund) ଯୋଗାଇ ଦେବା ପାଇଁ ମାର୍ଗଦର୍ଶିକାରେ ଉଲ୍ଲେଖ ଥିଲା । ତେବେ ବର୍ତ୍ତମାନ ଏହି ସଂଘ ଗୁଡ଼ିକ କ୍ରମଶଃ କ୍ରିୟାଶୀଳ ହେଉଥିବାରୁ ସରକାରଙ୍କ ଲକ୍ଷ୍ୟ କାର୍ଯ୍ୟରେ ପରିଣତ ହେବାକୁ ଯାଉଥିବାର ପୂର୍ବନୁମାନ କରି କଳାକାର ମାନେ ସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି ।