ସିନିୟର ଫୁଟବଲ ଲିଗ ର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ

0
58
ସିନିୟର ଫୁଟବଲ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୩/୯) : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ଦ୍ୱାରା ସୋନପୁର ରୟାଲ ପଡିଆ ଠାରେ ଆୟୋଜିତ ସିନିଅର ଫୁଟବଲ ଲିଗ ର ସୁପର ଉଦଘାଟନୀ ମ୍ୟାଚ ଆଜି ଦିବା ୧୨ ଘଣ୍ଟାରେ ଅନୁଷ୍ଠିତ ହୋଇଥିଲା l

ସୋନପୁର ରାମଧୁନ କ୍ଲବ କୁ ୨-୧ ଗୋଲ ରେ ପରାଜିତ କରି ବୀରମହାରାଜପୁର ଫୁଲଝରା ଦଳ ବିଜୟୀ ହୋଇଛି l ଆଜିର ଏହି ଉଦଘାଟନୀ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସମ୍ମାନିତ ଅତିଥି ସୋନପୁର କଲେଜ ଏନ ସି ସି ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲ, କନେଷ୍ଟବଳ ସଂଘ ର ପ୍ରାକ୍ତନ ସମ୍ପାଦକ ଦୀନେଶ ମିଶ୍ର, ସମାଜ ସେବୀ ଶ୍ରୀକାନ୍ତ ମିଶ୍ର, ଭେଟେରାନ ଖେଳାଳୀ ଭୁକୁଲୁ ବକ୍ସି, ସନତ ହୋତା, ରାକେଶ ନାଗ, ସାମ୍ବାଦିକ ସନ୍ତୋଷ ମିଶ୍ର ଯୋଗ ଦେଇ ଶ୍ରେଷ୍ଠ ଖେଳାଳୀ ଦୀପକ ମହାଲିକ ଙ୍କୁ ପୁରସ୍କୃତ କରିଥିଲେ l ସଂଜୀବ ସାହୁ ମୁଖ୍ୟ ରେଫାରୀ, ଅଜିତ ନାଏକ, ସିଦ୍ଧାର୍ଥ ପାତ୍ର ୨ ଓ ୩ ନମ୍ବର ଓ ପ୍ରଶାନ୍ତ ସେଠ ଫୋର୍ଥ ଅଫିସିଆଲ ରେଫରୀ ଭାବେ ଖେଳ ପରିଚାଳନା କରିଥିଲେ l

ସେହିପରି ଆଜି ର ଦ୍ଵିତୀୟ ମ୍ୟାଚ ବାଲଖମାର ଦଳ ଓ ବୀରମହାରାଜପୁର ଦଳ ମଧ୍ୟ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସୋନପୁର ଉପ ଜିଲ୍ଲାପାଳ ଡ଼ଃ ଈପସିତl ପ୍ରିୟ ଦର୍ଶନୀ ମିଶ୍ର, ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ନବୀନ କିଶୋର ପାଢ଼ୀ, ଏସିଏଫ ଗିରିଧାରୀ ନାଗ, ପୋଲିସ ଆର ଆଇ ସରୋଜ କୁମାର ବେହେରା, ଭେଟେରାନ ଖେଳାଳୀ ଗୋରେଖ ନାଥ ସାହୁ, କଲ୍ୟାଣ ପାଢ଼ୀ, ପ୍ରମୁଖ ଯୋଗ ଦେଇ ଖେଳାଳୀ ଙ୍କୁ ଉତ୍ସାହିତ ଓ ପୁରସ୍କୃତ କରିଥିଲେ l

ଏଇ ମ୍ୟାଚ ରେ ତରଭା ବାଲି ଖମାର ବିରମହାରାଜପୁର ଫୁଲ ଚରା ଦଳ ୧ -୦ ରେ ହରାଇ ବିଜୟୀ ହୋଇଥିଲା l ଶ୍ରେଷ୍ଠ ଖେଳାଳୀ ଭାବେ ରାଜା ଭୋଇ ଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି l ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ପିୟୁଷ ପଣ୍ଡା ଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଥିବା ବେଳେ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ଓ ଦିଗାମ୍ବର ଶତପଥୀ ଅତିଥି ପରିଚୟ ଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ଏଇ ମ୍ୟାଚ କୁ ପ୍ରଶାନ୍ତ ସେଠ ପରିଚାଳନା କରଥିଲେ l