ଜିଲ୍ଲାପାଳଙ୍କ ମୁନିଗୁଡାରେ ଯୁଗ୍ମ ଅଭିଯୋଗ ଶୁଣାଣୀ

0
103

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ/ମୁନିଗୁଡା ତା.୧୮/୯): ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ମୁନିଗୁଡା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି ।0994708d-2180-4d92-9363-254bc3f35189

ଜିଲ୍ଲାପାଳ ସ୍ୱଧାଦେଵ ସିଂଙ୍କ ନିର୍ଦ୍ଦେଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ନିହାର ରଞ୍ଜନ କହଁର, ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲ ମୋହନ ରାଉତରାୟ, ଅତିରିକ୍ତ ଆରୋଖିଅଧିକ୍ଷ ବିଷ୍ଣୁ ପ୍ରସାଦ ପାତ୍ର, ପଂଚାୟତ ସମିତି ଅଧକ୍ଷା ଶ୍ରୀମତୀ ଦୁଃଖିନୀ ନୁଣ୍ଡରୁକା ପ୍ରମୁଖ ଯୋଗଦାନ କରି ଶୁଣାଣି କରିଥିଲେ l

ଆଜି ମୋଟ ୪୩ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ୩୨ ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୧ଗୋଟି ଗ୍ରାମବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ଜିଲ୍ଲାପାଳ ଶ୍ରୀମତୀ ସିଂ ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ୫ଜଣକୁ ୧ଲକ୍ଷ ୨୦ହଜାର ଟଙ୍କା ଓ ରେଡ଼କ୍ରସରୁ ଜଣକୁ ୨୦ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ l ମଧୁବାବୁ ପେନସନ ଯୋଜନାରେ ୧୫ଜଣକୁ ଭତ୍ତା ପ୍ରଦାନ କରିଥିବା ବେଳେ ୩ଜଣକୁ ଟ୍ରାୟ ସାଇକେଲ ପ୍ରଦାନ କରିଥିଲେ l ଏହାପରେ ଜିଲ୍ଲାପାଳ ମୁନିଗୁଡା ମହାବିଦ୍ୟାଳୟ ଯାଇ 5ଟି ଅଧୀନରେ ଚାଲିଥିବା ପୁନଃ ନିର୍ମାଣ କାର୍ଯ୍ୟକ୍ରମ ଅନ୍ୟଧ୍ୟାନ କରିଥିଲେ l

ଏହି ଅଭିଯୋଗ ଶିବିରରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଜଳ ବିଭାଜିକା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ. ଦୟାନିଧି ବାଗ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭବାନୀ ମିଶ୍ର, ଜିଲ୍ଲା ମୁଖ୍ୟ ଖାଦ୍ୟ ଯୋଗାଣ,ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ସାକିଲା ଚରଣ ବାସ୍କେ,ଜିଲ୍ଲା ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ,ଶ୍ରୀକାନ୍ତ ପାଣିଗ୍ରାହୀ ସମେତ ମୁନିଗୁଡା ବିଡ଼ିଓ,ତହସିଲଦାର ଏବଂ ଅନ୍ୟ ବିଭାଗୀୟ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ | ସେହିପରି ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।