ସାହୁ ପରିବାର ପକ୍ଷରୁ ସମୂହ ନୂଆଁଖାଇ -୨୦୨୩

0
45
ସାହୁ ପରିବାର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୦୯) : ପୁଇଁତଲା ବ୍ଲକ ମହିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ମହିମୁଣ୍ଡା ଗ୍ରାମରେ ସାହୁ ପରିବାର ପକ୍ଷରୁ ସମୂହ ନବାନ୍ନ ଭକ୍ଷଣ ତଥା ନୂଆଁଖାଇ ପାଳିତ ହୋଇଛି ।WhatsApp Image 2023-09-21 at 17.40.55

ପରିବାର ର ମୋଟ ୭୦ ଜଣ ସଦସ୍ୟ ସଦସ୍ୟା ଏକା ସାଙ୍ଗରେ ନୂଆଁ ଖାଇବା ସହ ପରସ୍ପରକୁ ଜୁହାର ଭେଟ ହୋଇଥିଲେ । ପରିବାର ର ବୟୋଜ୍ୟେଷ୍ଠ ଦ୍ୱାରୀକା ପ୍ରସାଦ ସାହୁ ନିଜର ଇଷ୍ଟ ଦେବାଦେବୀ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ନୂଆଁ ଚୂଡା ରେ ତିଆରି ହୋଇଥିବା ନବାନ୍ନ କୁ ମହୁଲ ପତ୍ରରେ ପରସା ଯାଇ ନୂଆଁଖାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମ ରେ ପରିବାର ର ବରିଷ୍ଠ ସଦସ୍ୟ ସିଦ୍ଧେଶ୍ଵର ସାହୁ, ରାମେଶ୍ଵର ସାହୁ, ରାଧେଶ୍ୟାମ ସାହୁ, ନାରାୟଣ ସାହୁ, ବୃନ୍ଦାବନ ସାହୁ, ସ୍ୱାଧିନ ସାହୁ, ରାମାଧିନ ସାହୁ, ତପୋବନ୍ତ ସାହୁ,ସରୋଜ ସାହୁ, କ୍ଷୀରୋଦ୍ର ସାହୁ, ପ୍ରେମରାଜ ସାହୁ, ଅଶୋକ ସାହୁ, ଶୁବଳ ସାହୁ, କମଳ ସାହୁ, ସୁରେଶ ସାହୁ, କ୍ଷମା ସାଗର ସାହୁ, ଗୁଣ ସାଗର ସାହୁ, ସୁଶୀଳ କୁମାର ସାହୁ, ମଙ୍ଗଳୁ ସାହୁ, ରିତେଶ ସାହୁ, ପ୍ରେମସାଗର ସାହୁ, ମନିଷ ସାହୁ, ରିଙ୍କୁ ସାହୁ, ଆଶୁତୋଷ ସାହୁ, ମନୋଜ ସାହୁ, ସାଇ ଶୁଭଙ୍କର ସାହୁ ଏବଂ ପରିବାର ର ସମସ୍ତ ମହିଳାମାନେ ତଥା ପରିବାର ର ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ ।