ରାମ୍ଭିକଟା BDPL ଫ୍ୟାକ୍ଟ୍ରିରେ ଶତାଧିକ ଶ୍ରମିକଙ୍କ ଧାରଣା

0
42
ରାମ୍ଭିକଟା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୦୯) : ବୌଦ୍ଧ ଜିଲ୍ଲା ଏକ କୃଷିଭିତିକ ଜିଲ୍ଲା, ଏଠି କୌଣସି ଶିଳ୍ପ ର ବିକାଶ ନାଇଁ l କିନ୍ତୁ ଜିଲ୍ଲାରେ ଏକ ମାତ୍ର BDPL ନାମକ ଫ୍ୟାକ୍ଟ୍ରି ଅଛି lWhatsApp Image 2023-09-22 at 03.19.22

ଉକ୍ତ ଫ୍ୟକ୍ଟ୍ରି ରେ ନିୟୋଜିତ ଶ୍ରମିକ ଙ୍କୁ ସବୁବେଳେ ଦୁର୍ବ୍ୟବହାର ପ୍ରଦର୍ଶନ ଦିଆଯାଉଥିବା ବେଳେ ବିଭିନ୍ନ ସମୟ ରେ କମ୍ପାନୀ କର୍ମଚାରୀ ଓ ଶ୍ରମିକଙ୍କ ଭିତରେ ତୁ ତୁ ମେ ମେ ହୋଇଆସୁଥିଲା l ଯାହାକି କଥା ଟି ବାହାରକୁ ନ ଆସି କମ୍ପାନୀ ପରିସର ଭିତରେ ରହିଯାଉଥିଲା l କିନ୍ତୁ କମ୍ପାନୀ କର୍ମଚାରୀ ଙ୍କ ଦୁର୍ବ୍ୟବହାର ଅତି ରୁ ଇତି ହେବା ପରେ ଗୁରୁବାର ଦିନ ଶତାଧିକ ଶ୍ରମିକ ଏକତା ହୋଇ ଫାଟକ ସମ୍ମୁଖ ରେ ନିଜର ହକ ପୂରଣ ଓ କର୍ମଚାରୀ ଙ୍କ ବ୍ୟବହାର ରେ ଅତିଷ୍ଠ ହୋଇ ନାରାବାଜି ଦେଇ ଦିନ ତମାମ ଧାରଣା ରେ ବସିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା l

ଧାରଣା ରେ ଥିବା ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ ହରଭଙ୍ଗା ବ୍ଳକ ରାମ୍ଭିକଟା BDPL ରେ ସବୁଦିନ ପରି ଶ୍ରମିକ ମାନେ କାର୍ଯ୍ୟ ରେ ଯୋଗଦାନ କରିଥାନ୍ତି l ଆଜି ମଧ୍ୟ ଜେନା ଏଜେନ୍ସି ର ୧୦୦ ଜଣ, ସାଇ ଶିବମ ଏଜେନ୍ସି ୩୦ ଜଣ, ଓ କମ୍ପାନୀ ର ସ୍ଵଛପରିମଳ ଉପରେ କାର୍ଯ୍ୟ କରୁଥିବା ୨୫ ଜଣ ଶ୍ରମିକ ମାନେ ନିଜ ନିଜ କାର୍ଯ୍ୟ ରେ ଯୋଗଦାନ କରିଥିଲେ l କାର୍ଯ୍ୟକ୍ଷେତ୍ର ଭିତରେ କମ୍ପାନୀ ର ସିଇଓ ଶ୍ରମିକ ଙ୍କୁ ଦାନା ବସ୍ତା ବୋହିବାକୁ କହିଥିଲେ l ପ୍ରଥମେ ୪୫ କେଜି ର ବସ୍ତା ବୋହିବାକୁ କୁହା ଯାଇଥିଲା, ପରବର୍ତୀ ସମୟ ରେ ୫୦ କେଜି ର ବସ୍ତା ୧୦ ଟି ଲେଖାଏଁ ଥାକ ମାରିବାକୁ ନିର୍ଦେଶ ଦିଆଯାଇଥିଲା l ପରବର୍ତ୍ତୀ ସମୟ ରେ ୫୫ କେଜି, ର ବାରଟି ଦାନା ବସ୍ତା ର ଥାକମାରି ରଖିବାକୁ କୁହାଯାଇଥିଲା l

କିନ୍ତୁ ୧୨ ଟି ବସ୍ତା ର ଥାକ ମାରିବାକୁ ଶ୍ରମିକ ମାନେ ଅସମର୍ଥ ହେବାରୁ, ତାଙ୍କୁ ସିଈଓ ଗାଳିଗୁରୁଜ କରି ଦୁର୍ବ୍ୟବହାର କରିଥିଲେ, ଏପରିକି ବୌଦ୍ଧ ଜିଲ୍ଲା ଶ୍ରମିକ ଙ୍କୁ କଠିନ କାର୍ଯ୍ୟ ରେ ନିୟୋଜିତ କରିବା ଅନ୍ୟ ଜିଲ୍ଲାର ଶ୍ରମିକ ଙ୍କୁ ସିଈଓ ଙ୍କ ଇଛାମୁତାବକ କାର୍ଯ୍ୟ ରେ ନିୟୋଜିତ କରାଯାଉଚି ବୋଲି ଶ୍ରମିକ ଙ୍କ ଭିତରେ ଅଭିଯୋଗ ଆଣିଥିଲେ l ଏପରିକି ଏସବୁ ଘଟଣା ର ପ୍ରତିବାଦ କରିବାରୁ ଶ୍ରମିକ ଙ୍କୁ ନାଲି ଆଖି ଦେଖାଇ, କାମ କରି ନପାରିଲେ ଘରକୁ ପଳାଅ ବୋଲି ଧମକ ଦିଆଯାଇଥିଲା l ପରେ ଶତାଧିକ ଶ୍ରମିକ ଅତିଷ୍ଠ ହୋଇ କମ୍ପାନୀ ଭିତରୁ ବାହାରିଆସି ସିଇଓ ଙ୍କ ବିରୋଧରେ ମୁଖ୍ୟ ଫାଟକ ରେ ବସି ରହି ଧାରଣା ଦେଇଥିଲେ l ଧାରଣା ଉତ୍ତେଜନା ଦେଖାଯିବା ସହ କମ୍ପାନୀର ନିୟୋଜିତ କର୍ମଚାରୀ ଙ୍କୁ ଶ୍ରମିକ ମାନେ ଭିତରକୁ ଛାଡ଼ିନଥିଲେ l

ଉତ୍ତେଜନା ତ୍ରିବତର ହେବାରୁ ଘଟଣା ସ୍ଥଳ ରେ ବୌଦ୍ଧ ପୋଲିସ ପହଁଚି ବୁଝାସୁଝା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଶ୍ରମିକ ମାନେ ନିଜର ହକ ପାଇଁ ଧାରଣା ରେ ବସି ରହିଥିଲେ l ଏସମ୍ପକରେ BDPL ର ସି ଇଓ ସଞ୍ଜୟ ଖୁଣ୍ଟିଆ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ମତାମତ ମିଳିପାରିନାହିଁ l ଅନ୍ୟପଟେ ଶ୍ରମିକ ଙ୍କ ନ୍ୟାର୍ଯ୍ୟଦାବି କୁ ପୂରଣ କରିବାକୁ କମ୍ପାନୀ ର ନିୟୋଜିତ ଶ୍ରମିକ ପ୍ରଶାନ୍ତ ପ୍ରଧାନ, ମୁରାରୀ ବାଘ, ଉମର କହର, ଚିତ୍ତ ରଂଜନ ନାଏକ, ପ୍ରଶାନ୍ତ ମହାକୁଡ଼ ପ୍ରଶାନ୍ତ ସାହୁ, ସାଗର ନାଏକ, ମଧୁସୂଦନ ଗିରି ଙ୍କ ସମେତ ଶତାଧିକ ଶ୍ରମିକ ବୌଦ୍ଧ ଜିଲ୍ଲାପାଳ ଓ ଶ୍ରମଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି l