୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

0
57
୧୫ ଲକ୍ଷ

ରିପୋର୍ଟ : ଶିବ ବିଶୋୟୀ
କୋରାପୁଟ, (୨୫/୦୯) : ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ସ୍କୋର୍ପିଓ କାର ସହ ମାଫିଆ ଗିରଫ କରିଲା ଲମତାପୁଟ ପୋଲିସ ଅଳ୍ପକେ ବର୍ତିଲେ ଜନସାଧାରଣ ଏବଂ ପୋଲିସ କର୍ମଚାରି lWhatsApp Image 2023-09-25 at 11.56.52

ଆନ୍ଧ୍ରପ୍ରଦେଶ ରୁ ଝାରଖଣ୍ଡ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ଲମତାପୁଟ ପୋଲିସ l କଲେଜ ଛକ ନିକଟରେ ପୋଲିସ ନାକାବନ୍ଦୀ କରିଥିଲା l ଏକ କଳା ରଙ୍ଗ ର କାର ମୁଖ୍ୟ ବଜାର ରେ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇବା ପାଇଁ ଚେଷ୍ଟା କରିଥିଲା କିନ୍ତୁ ସ୍କୋର୍ପିଓ ରେ ଥିବା ମାଫିଆ ପୋଲିସ ବ୍ୟାରେକେଟ ଭାଙ୍ଗି ରାସ୍ତା କଡରେ ଥବା ଦୁଇ ମଟର ସାଇକଲ ଉପରେ ଚଢାଇ ନଷ୍ଟ କରି ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା l ତଥାବି ପୋଲିସ ନିଜ ଜୀବନ କୁ ବାଜି ଲଗାଇ ମାଫିଆ କୁ କାବୁ କରିବାରେ ସଫଳ ହୋଇଛି l କାରକୁ ଥାନାକୁ ନେଇ ଯାଞ୍ଚ କରିବାରୁ ପ୍ରାୟ ଦେଢ଼ କୁଇଣ୍ଟାଲ ଗଞ୍ଜେଇ ବାହାରିଥିଲା l ଗଞ୍ଜେଇ ମାଫିଆ ଜଣକ ଝାରଖଣ୍ଡ ଅଂଚଳର ମୁରାରୀ ମୋହନ ପାଉଲ ବୋଲି ଜଣା ପଡିଛି l

ଲମତାପୁଟ ପୋଲିସ ଏବଂ ମାଫିଆ ଙ୍କ ମଧ୍ୟରେ ଏବେ ଛକା ପଞ୍ଝାର ଖେଳ ଚାଲିଥିବା ଦେଖିବାକୁ ମିଳୁଛି l କାରଣ ଚଳିତ ମାସ ୨ ତାରିଖ ରେ ପୋଲିସ ଏବଂ ମାଫିଆ କିପରି ଗାଡି ଗୋଡ଼ାଇ ଧରିଥିବା ଦେଖିବାକୁ ମିଳିଥିଲା l ସେହିଭଳି ଚଳିତ ମାସ ୨୦ ତାରିଖ ରେ ପୋଲିସ ଗାଡିକୁ ସିଧା ସଳଖ ମୁହାଁ ମୁହିଁ ଧକ୍କା ଦେଇଥିଲେ ଗଞ୍ଜେଇ ମାଫିଆ l ପୁଣି ଆଜି ପୋଲିସ ବ୍ୟାରେକେଟ ଭାଙ୍ଗି ଲୋକଙ୍କ ମୋଟର ସାଇକେଲ ଉପରେ ଚଢାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି l କିନ୍ତୁ ଏହି ତିନି ଘଟଣାରେ ଅଳ୍ପକେ ବର୍ତ୍ତୀ ଯାଇଛି ପୋଲିସ l