କେଏମଆରଏସ୍ ରେ ‘ଆମେ ଜାଣିବା ଆମେ ଜିଣିବା’ କାର୍ଯ୍ୟକ୍ରମ

0
54
କେଏମଆରଏସ୍

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୨୭/୦୯) : କନ୍ଧମାଳ ଜିଲ୍ଲା ରାଇକିଆ କଳିଙ୍ଗ ମଡେଲ ରେସିଡେନ୍ସିଆଲ ବିଦ୍ୟାଳୟରେ ମଙ୍ଗଳାବର ବିଦ୍ୟାଳୟର ଅଭିଭାବକ ଓ ଛାତ୍ରଛାତ୍ରୀ ଙ୍କୁ ନେଇ ଅଭିନବ କାର୍ଯ୍ୟକ୍ରମ’ ଆମେ ଜାଣିବା ଆମେ ଜିଣିବା’ ଅନୁଷ୍ଠିତ ହୋଇଯାଇଛି ।

ପ୍ରିନ୍ସିପଲ୍ ଜଗଦୀଶ ମହାକୁଡ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ଯାହା ଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ବିଭିନ୍ନ ବିଭାଗ ବିଶେଷ କରି ଜଙ୍ଗଲ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ସମନ୍ୱିତ ଶିଶୁ ବିକାଶ ଯୋଜନାର ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ସଂପର୍କ ରେ ଛାତ୍ରଛାତ୍ରୀ ଙ୍କୁ ଅବଗତ କରାଯାଇଥିଲା । ଯାହା ଦ୍ଵାରା ଛାତ୍ର ଛାତ୍ରୀ ମାନେ ଏ ଦିଗରେ ଜ୍ଞାନ ଆହରଣ କରିବା ସହ ଭବିଷ୍ୟତ ରେ ଉଚ୍ଚ ଶିକ୍ଷା ହେଉ କିମ୍ବା ବିଭିନ୍ନ କ୍ଷେତ୍ର ରେ ଏହାର ଉପଯୋଗୀତା କରିପାରିବେ । ଛାତ୍ରଛାତ୍ରୀ ଙ୍କ ଉତ୍କର୍ଷତା ହାସଲ ରେ ଅଭିବାବକ ଙ୍କ ଭୂମିକା କିପରି ରହିବ ସେ ସମ୍ପର୍କ ରେ ମଧ୍ୟ ଆଲୋଚନା କରାଯାଇଥିଲା ।

କାର୍ଯ୍ୟକ୍ରମରେ ଅତିଥି ଭାବେ ବିଡିଓ ଶରତ ପାତ୍ର, ବ୍ଲକ୍ ଶିକ୍ଷା ଅଧିକାରି ହାଡ଼ିବନ୍ଧୁ ବେହେରା, ଏଡିଡବ୍ଲୁଇଓ ଉମେଶ ପ୍ରଧାନ, ମଙ୍ଗଳ ସମ୍ପ୍ରସାରଣ ଅଧିକାରି ଉର୍ମିଳା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ସରସ୍ଵତୀ ପ୍ରଧାନ ପି ଟି ଏ ସଭାପତି ସୁରେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗୀତା ରେ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ୨୦୦ ରୁ ଉର୍ଦ୍ଧ୍ବ ଅଭିଭାବକ ଯୋଗ ଦେଇ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଶିକ୍ଷୟତ୍ରୀ ଲିପିକା ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ ଅଲେଖ ପ୍ରଧାନ, ନରେଶ କହଁର, ଡେଜଲିନ ପ୍ରଧାନ, ମଧୁକା ପ୍ରଧାନ, ଦିବ୍ୟ ପ୍ରକାଶ ସାହୁ ସହଯୋଗ କରିଥିଲେ ।