ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀ ମୃତ : ସ୍ତ୍ରୀ ଗୁରୁତର

0
60
ଦୁର୍ବୃତ୍ତଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୫/୧୦) : ଦୁର୍ବୃତ୍ତଙ୍କ ଆକ୍ରମଣରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କୁଳିଆ ବଜାରରେ ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ହରେକୃଷ୍ଣ ପୃଷ୍ଟି । ଆହତ ମହିଳା ଅନ୍ନପୂର୍ଣ୍ଣା ପୃଷ୍ଟିଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କୁଳିଆ ବଜାର ଉପରେ ହରେକୃଷ୍ଣଙ୍କର ଦୋକନ ରହିଛି । ଗତକାଲି ରାତିରେ ଦମ୍ପତି ଦୋକାନ ବନ୍ଦ କରି ଭିତରେ ଶୋଇଥିଲେ । ଆଜି ସକାଳେ ଦୋକାନ ଖୋଲିବା ବିଳମ୍ବ ହେବାରୁ ହରେକୃଷ୍ଣ ପୁଅ ଆସି କବାଟ ବାଡେଇଥିଲେ । ହେଲେ ହରେକୃଷ୍ଣ କବାଟ ଖୋଲି ନଥିଲେ । ପରେ କବାଟ ତାଡ଼ି ଦେଖିଲା ବେଳକୁ ହରେକୃଷ୍ଣଙ୍କର ମୃତଦେହ ପଡ଼ିଥିବା ବେଳେ ଅନ୍ନପୂର୍ଣ୍ଣା ଗୁରୁତର ଅବସ୍ଥାରେ ପଡ଼ିଥିଲେ ।

ପରିବାର ଲୋକେ ଅନ୍ନପୂର୍ଣ୍ଣାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଅନ୍ନପୂର୍ଣ୍ଣାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଦମ୍ପତିଙ୍କୁ କିଏ ଆକ୍ରମଣ କଲା, ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତା ଥିଲା ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡିନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି ।