ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ଵଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

0
48
ଭାରତ ସ୍ୱାଧୀନତା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧/୧୦) : ୨୦୧୪ ରେ ଦେଶର ଯଶସ୍ୱି ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସ୍ବଚ୍ଛତା ହଁ ସେବା ମୂଳମନ୍ତ୍ରର ସନ୍ଦେଶ ଦେଇ ବାପୁଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ସାକାର କରିବା ପାଇଁ ଆହ୍ବାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜ ମନକୀ ବାତର ୧୦୫ ତମ ଅଧ୍ୟାୟରେ ସମସ୍ତ ନାଗରିକଙ୍କୁ ୧ ଅକ୍ଟୋବର ୨୦୨୩ ପ୍ରାତଃ ୧୦ ଘଟିକା ରେ ସାମୂହିକ ଭାବେ ଏକ ଘଣ୍ଟା ଶ୍ରମଦାନ କରିବାର ଆହ୍ବାନ କରିଛନ୍ତି । ଏହି ସ୍ବଚ୍ଛ ଅଭିଯାନକୁ ପାଖ ପଡୋଶୀ ଠାରୁ ଆରମ୍ଭ କରି ରେଳ ଧାରଣା ଏବଂ ଧାର୍ମିକ ଅନୁଷ୍ଠାନ ଠାରୁ ଘର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉ । ତେଣୁ ଆଜି ଶିରିଝୋଲି ଗ୍ରାମର ରାଧାକୃଷ୍ଣ ମନ୍ଦିରର ଚତୁଃପାର୍ଶ୍ଵରେ ସ୍ବଚ୍ଛତା ହଁ ସେବା କାର୍ଯ୍ୟକ୍ରମ ଜଗନ୍ନାଥପୁର ମଣ୍ଡଳ ବିଜେପି ତରଫରୁ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଶ୍ରୀ ୱ।ଇ ଗଣପତି, ଜଗନ୍ନାଥପୁର ମଣ୍ଡଳ ସଭାପତି ପୃଥିବୀରାଜ ପାଢୀ ,ଏସ ଟି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିଦ୍ୟା ଶବର, ନଗର ସଭାପତି ଅମର ସାହୁ, ଜିଲ୍ଲା ସମ୍ପାଦକ ଶ୍ରୀନିବାସ ସ୍ବାଇଁ, ପ୍ରେମ କୁମାର, ସନାତନ ପାତ୍ର, ଜେ ସୁରିଆ ରାଓ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସହ ଗ୍ରାମର ଯୁବକ ମାନଙ୍କ ସହ ସଫେଇ କାର୍ଯ୍ୟକ୍ରମ ହୋଇଥିଲା ।