ସ୍ୱଚ୍ଛ ଭାରତ ଅଭିଯାନରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫେଇ କାର୍ଯ୍ୟକ୍ରମ

0
41
ସ୍ୱଚ୍ଛ ଭାରତ ଅଭିଯାନ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧/୧୦) : ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ମହାତ୍ମାଗାନ୍ଧୀଙ୍କ ଜନ୍ମ ତିଥିର ଅବ୍ୟବହିତ ପୂର୍ବରୁ ସ୍ଵଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023-10-02 at 07.01.58

ଆଜି ପୂର୍ବାହ୍ନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅଭିଯାନରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ହରପ୍ରସାଦ ପାଣିଗ୍ରାହୀ, ବରିଷ୍ଠ ସମାଜସେବୀ ନାଗରାଜ ଦୋରା, ଭୈରବ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପିକା, ଛାତ୍ରଛାତ୍ରୀ, ହୋମ୍ ଗାର୍ଡ ଏଣ୍ଡୁ ବାବୁ, ଆଶା କର୍ମୀ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ସଫେଇ କାର୍ଯ୍ୟକ୍ରମରେ ନିଜ ନିଜର ଶ୍ରମଦାନ କରିଥିଲେ । ଆଜିର ଏହି ସଫେଇ କାର୍ଯ୍ୟକ୍ରମ ଫଳରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନେକ ଦିନରୁ ଜମା ହୋଇଥିବା ଆବର୍ଜନା ସଫା ହୋଇ ଏକ ସ୍ୱଚ୍ଛ ଓ ନିର୍ମଳ ପରିବେଶ ସୃଷ୍ଟି ହୋଇଥିବା ଦେଖାଯାଇଛି ।