ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ (ପିଷ୍ଟା) ଗଜପତି ଜିଲ୍ଲା ସାଂଘାଠନିକ ନିର୍ବାଚନ

0
78
ପ୍ରାଥମିକ ବିଦ୍ୟାଳୟ

ରିପୋର୍ଟ : ପ୍ରଣତି ସାବତ ସାବତ
କାଶୀନଗର, (୨/୧୦) : ଗତ କାଲି ଅକଟୋବର ୧ ତାରିଖ ରେ ନୂଆଗଡ ବ୍ଲକ ର ଖଜୁରୀପଦା ଠାରେ ନୂତନ ଭାବେ ଗଜପତି ଜିଲ୍ଲା ର ଏନ ପି ଏସ ଶିକ୍ଷକ ମାନଙ୍କୁ ନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଗଜପତି ଜିଲ୍ଲା ଶାଖା (ପିଷ୍ଟା) ଗଠିତ ହୋଇଯାଇଛି ।

ଗଜପତି ଜିଲ୍ଲା ର ସାତ ଗୋଟି ବ୍ଲକ ରେ ମଧ୍ୟ ଏହି ସଂଘ ଗଠିତ ହେବା ପରେ ଜିଲ୍ଲା ସ୍ତରୀୟ ସଂଘ ଗଠନ ହୋଇଛି । ଆଗାମୀ ଦିନ ରେ ଶିକ୍ଷକ ମାନଙ୍କ ଦାବୀ ହାସଲ ପାଇଁ ରାଜ୍ୟ ସଂଘ ସହ ଜଡିତ ହୋଇ ବ୍ରହ୍ମାନନ୍ଦ ମହାରଣା ଙ୍କ ହାତ ମୁଠା କୁ ଟାଣ କରିବା ଶହ ସଂଘ ର ନିତୀ ନିୟମ କୁ ମାନି ଚାଲିବା ସହ ସଶକ୍ତ ସଂଘଠନ ଭାବେ ଶିକ୍ଷକମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ନବ ନିର୍ବାଚିତ ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ପାତ୍ର ସୂଚନା ଦେଇଛନ୍ତି ।

ଏତଦ ବ୍ୟତୀତ ସାଧାରଣ ସମ୍ପାଦକ ଭାବେ ପ୍ରିୟଦର୍ଶି ପ୍ରେମ ରଞ୍ଜନ ପୂଜାରୀ, ଉପ ସଭାପତି ଭାବେ ବି. ଗୋପାଳ ରାଓ, ସୂଲତା ପାଣ୍ଡବ ନିର୍ବାଚିତ ହୋଇଛନ୍ତି । ଛ ଜଣ ସାଂଘାଠନିକ ସମ୍ପାଦକ, ଶହ ସମ୍ପାଦକ କୋଷାଧକ୍ଷ, ଓ ଅଡିଟର ଭାବେ ଆର. ମଧୁ କୁମାର ନିଯୁକ୍ତ ହୋଇଛନ୍ତି । ରାଜ୍ୟ ସାଂଘାଠନିକ ସମ୍ପାଦିକା ଶ୍ରୀମତୀ ଅଭାଲିନ ପରିଡା ବରିଷ୍ଠ ଶିକ୍ଷକ ବସନ୍ତ ମିଶ୍ର, ଯୁଧିଷ୍ଠିର ମହାପାତ୍ର, ନିର୍ବାଚନ ପରିଚାଳନା କରିଥିଲେ । ଶ୍ରୀ ପ୍ରଭାତ ପାଢ଼ୀ ଓ ନିରାକାର ଗୌଡ଼ ପରାମର୍ଶ ଦାତା ଭାବେ ନିର୍ବାଚିତ ହୋଇଛନ୍ତି ।workout