ସରକାରୀ ଓ ବେସରକାରୀ ସ୍କୁଲରେ ଗାନ୍ଧି ଜୟନ୍ତୀ ପାଳିତ

0
53
ସରକାରୀ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରୀ, (୦୨/୧୦) : ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ ରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପରିସରରେ ଯଥା ସ୍ନାତକ ମହାବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରାଧା କୃଷ୍ଣ ଇଂରାଜୀ ଓ ଆରିୟନ଼ ଇଂରାଜୀ ବିଦ୍ୟାଳୟ ଆଦିରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି l

ଅନ୍ଵେଷା ହଷ୍ଟେଲ ଗୁଡ଼ାରୀରେ ମଧ୍ୟ ଗାନ୍ଧୀଜି ଙ୍କ ଫୋଟ ଚିତ୍ର ରେ ପୁଷ୍ପ ଧୂପ ଦୀପ ଦେଇ ସୁପରିଟେଣ୍ଡେଣ୍ଟ ଅଶ୍ବିନୀ ଖାଡ଼ଙ୍ଗା ସହ ସମସ୍ତ କର୍ମଚାରୀ ଉପସ୍ଥିତିଥିରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା l ଗୁଡ଼ାରୀ ମୁଖ୍ୟ ଛକ ନିକଟରେ ଥିବା ଗାନ୍ଧୀ ପ୍ରତି ମୂର୍ତ୍ତି ରେ ପୁଷ୍ପ ମାଲ୍ୟଅର୍ପଣ କରିଥିଲେ ପ୍ରତ୍ୟେକ ସ୍କୁଲ ର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ l ଏଥି ସହିତ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, ବିଜ୍ଞାପିତ ପୌର ପାଳିକା ରେ ମଧ୍ୟ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଅଛି l ସ୍ଥାନୀୟ ଶିକ୍ଷା ଅଧିକାରୀଙ୍କ ଅଧୀନ ସମସ୍ତ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳନ କରିବା ସଙ୍ଗେ ସଙ୍ଗେ ସ୍ୱଚ୍ଛତା କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିଲା lad1

ଏହି ଗାନ୍ଧୀ ଜୟନ୍ତୀ ଅବସରରେ ମହା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ବାପୁ ପୂଜନ କାର୍ଯ୍ୟକ୍ରମ ପରେ ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୀବନୀ ସମ୍ପର୍କ ରେ ନିଜ ନିଜର ଅଭିବ୍ୟକ୍ତି କରିଥିଲେ l ଏଥି ସହିତ ମହା ବିଦ୍ୟାଳୟର ଅଦକ୍ଷ ମହାତ୍ମା ଗାନ୍ଧୀଙ୍କ ଆଦର୍ଶ କାର୍ଯ୍ୟକଳାପକୁ ନେଇ ନିଜ ବକ୍ତବ୍ୟ ଛାତ୍ର ଛାତ୍ରୀଙ୍କ ଉଧେଶ୍ୟ ନେଇ ରଖିଥିବା ବେଳେ ସମ୍ପ୍ରତି ସାରା ବିଶ୍ୱ ମହାତ୍ମାଗାନ୍ଧୀଙ୍କ ଜନ୍ମ ଜୟନ୍ତୀ କୁ ବିଶ୍ୱ ଅହିଁସା ଦିବସ ରୂପେ ପାଳନ କରୁଥିବା ମତ ପ୍ରକାଶ କରିଥିଲେ l ଏହା ସଙ୍ଗେ ସଙ୍ଗେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟ ଜବାନ ଜୟ କିସାନ ର ମହତ୍ୱକୁ ଆଲୋକପାତ କରିଥିଲେ l