ବିଷମ କଟକ ଅଞ୍ଚଳରେ ନର କଙ୍କାଳ ଠାବ କରିଛି ବିଷମ କଟକ ପୋଲିସ

2
66

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୦୩/୧୦) : ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ନିରଗୁଣ୍ଡି ଗ୍ରାମ ବାରବଖରା ଅଞ୍ଚଳର ନିଳଗିରି ତୁଟାରେ ଏକ ନର କଙ୍କାଳ ଠାବ କରିଛି ପୋଲିସ l

ଏହି ନରକଙ୍କାଳ ନିରଗୁଣ୍ଡି ଗ୍ରାମର ସ୍ବାମ ମାଣ୍ଡିକାର ବୋଲି ପରିବାର ପକ୍ଷରୁ ଜଣାପଡିଛି l ତେବେ ସ୍ୱାମୀ ମାଣ୍ଡିକା ବହୁଦିନ ହେବ ମାନସିକ ଅବସ୍ଥାରେ ଗାଁ ଗାଁ ବୁଲି ରହୁଥିଲା l ଦିର୍ଘଦିନ ଧରି ନିଜଗ୍ରାମକୁ ଆଉ ଫେରିନଥିବାରୁ ପରିବାର ଲୋକେ ବହୁତ ଖଜାଖଜି କରିବାପରେ ଗତକାଲି ସନ୍ଧ୍ୟା ସମୟରେ ନିଳଗିରି ତୁଟାରେ ଏକ ନରକଙ୍କାଳ ଦେଖି ସ୍ବାମ ମାଣ୍ଡିକାର ବଲି ଜାଣିବାକୁ ପାଇ ଏହାର ଉପଯୁକ୍ତ ତଦନ୍ତ କରିବାପାଇଁ ବିଷମକଟକ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଆଜି ଘୋଟଣାସ୍ଥଳରେ ପୋଲିସ ପହଞ୍ଚି ନର କଙ୍କାଳକୁ ଦେଖିବାପରେ ସାଇଣ୍ଡଫିକ୍ ଟିମ୍ କୁ ଖବର ଦେଇ ଘଟଣା ସ୍ଥଳରେ ଅଧିକ ତଜନ୍ତ ଜାରି ରଖିଛି l ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ନାନା ସନ୍ଧେହ ଜାରି ରହିଛି l

2 COMMENTS

Comments are closed.