ବଜରଙ୍ଗ ଦଳ ତରଫରୁ ଶୌର୍ଯ୍ୟ ଜାଗରଣ ରଥ ପରିଭ୍ରମଣ

0
60
ବଜରଙ୍ଗ ଦଳ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୩/୧୦) : ବଜରଙ୍ଗ ଦଳ ତରଫରୁ ଶୌର୍ଯ୍ୟ ଜାଗରଣ ରଥ ପରିଭ୍ରମଣ ।WhatsApp Image 2023-10-02 at 17.27.34

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଠାରେ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ଉଦଘାଟନ ଅବସରରେ ଶ୍ରୀରାମ ଶୌର୍ଯ୍ୟ ଜାଗରଣ ରଥ ସଚେତନତା ଉପଲକ୍ଷେ ବିଶ୍ୱହିନ୍ଦୁ ପରିଷଦର ବଜରଙ୍ଗ ଦଳ ତରଫରୁ ଆଜି ଦହ୍ୟାଠାରୁ ବାହାରି ମନମୁଣ୍ଡା ଅଞ୍ଚଳ ବିଭିନ୍ନ ଗ୍ରାମ ପରିଦର୍ଶନ କରି ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଲାଲବାହାଦୁର ଶାସ୍ତ୍ରୀ ଓ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା ଓ ବୌଦ୍ଧିକ କାର୍ଯ୍ୟକ୍ରମ ହୋଇଥିଲା ।

ତାପରେ କଣ୍ଟାମାଳ ଅଞ୍ଚଳକୁ ଯିବା ସମୟରେ ବିଭିନ୍ନ ସ୍ଥାନରେ ସ୍ବାଗତଂ କରିବା ସହିତ ଦର୍ଶନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ସ୍ୱାମୀ ଶୁଖାନନ୍ଦ ସରସ୍ବତୀ, ଶୌର୍ଯ୍ୟ ଜାଗରଣ ବୌଦ୍ଧ ସୋନପୁର ସମ୍ବଲପୁର ରଥ ପ୍ରଭାରୀ ବିପିନ ବିହାରୀ ଗଡ଼ନାୟକ, ଶୌର୍ଯ୍ୟ ଜାଗରଣ ସମିତିର ଜିଲ୍ଲା ସଂଯୋଜକ ପ୍ରେମାନନ୍ଦ ମିଶ୍ର, ମିତ୍ର ଭାଇ, ଚନ୍ଦନ ଭାଇ, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ସଂଜୀବ ଭାଇ, ଜିଲ୍ଲା ସହସଂଯୋଜକ ଚକିତ ଭାଇ, କଣ୍ଟାମାଳ ପ୍ରଖଣ୍ଡର ସଂଯୋଜକ ବିଧାନ ଭାଇ, ସହ ସଂଯୋଜକ ଅନନ୍ତ ଭାଇ ସମେତ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।