ସାଢେ ପାଞ୍ଚ କେଜି ରୁ ଉର୍ଦ୍ଧ ଗଂଜେଇ ଜବତ ସହ ତିନି ଅଭିଯୁକ୍ତ ଗିରଫ

0
44
ସାଢେ ପାଞ୍ଚ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୨/୧୦) : ସୁବର୍ଣ୍ଣପୁର ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କ ଭୂସ୍ବର୍ଗ ପଲଟିଥିବାବେଲେ, ଜିଲ୍ଲାର କୌଣସି କୌଣସି ସ୍ଥାନରେ ନିତି ଦିନ ଠାବ ହେଉଛି ଚୋରା ଗଞ୍ଜେଇ ।

ତେବେ କେତେବେଳେ ଜିଲ୍ଲା ମୁଖ୍ୟାଳୟ ତ ଆଉ କେତବେଳେ ଜିଲ୍ଲାର ଅନ୍ୟ ସ୍ଥାନରେ ଠାବ ହେଉଛି ଚୋରା ଗଞ୍ଜେଇ l ଠିକ୍ ସେହିପରି ଗତକାଲି ଅପରାହ୍ନରେ ଜିଲ୍ଲାର ସୁବଳୟା ଥାନା ପୁଲିସ କୌଣଷି ସୂତ୍ରରୁ ଖବର ପାଇ, ସୁବଳୟା କଦଳିଗଡ ରାସ୍ତାର ଆମ୍ବଝରି ଛକରୁ ୫ କିଲୋ ଗଂଜେଇ ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି l ତେବେ ଅଭିଯୁକ୍ତ ମାନେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମର ସମ୍ଭୁ ସାହୁ ଏବଂ ନଟବର ମନହରୀ ଓ ମନୁମୁଣ୍ଡା ଥାନା ଅନ୍ତର୍ଗତ ଝିଙ୍କରପାଲି ଗ୍ରାମର ଅମରେଶ ଖଟୁଆ ବୋଲି ଜଣା ପଡିଛି l

ତେବେ ଏକ୍ଜିକ୍କୁଟିଭ ମାଜିଷ୍ଟେଟ୍ ଙ୍କ ଉପସ୍ଥିତିରେ ଜବତ୍ ଗଞ୍ଜେଇକୁ ଓଜନ୍ କରିବାରୁ ୫.୯୦୦ ଗ୍ରାମ ବୋଲି ଜଣା ପଡିଛି l ତେବେ ଅଭିଯୁକ୍ତ ମାନେ ନାଲିରଙ୍ଗର ପେସନ୍ ପ୍ରୋ ଓଡି ୩୧-୯୮୪୦ ଏବଂ ଏଚ୍ ଏଫ୍ ଡିଲକ୍ସ ଓଡ଼ି ୨୭-୧୬୨୨ ବାଇକ୍ ଦ୍ଵାରା ଏହି ଗଞ୍ଜେଇ ଚାଲାଣ କରୁଥିବାବେଳେ, ଆଜି ସ୍ଥାନୀୟ ପୁଲିସ ଥାନା କେସ ନମ୍ବର ୧୬୭/୨୩, ୨୯ ଏନ୍ ଡି ପିଏସ ଧାରାରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କେଶ୍ ର ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ସୁଶାନ୍ତ କୁମାର ପଧାନ l