ତାଲୁକ୍ ଆଇନ୍ କମିଟି ତରଫରୁ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ

0
49
ତାଲୁକ୍ ଆଇନ୍

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୧/୧୦) : ଅକ୍ଟୋବର ମାସ ୧ ତାରିଖ କୁ ଆନ୍ତର୍ଜାତୀୟ ବୟସ୍କ ଦିବସ (INTERNATIONAL DAY OF THE OLDER PERSON) ଭାବରେ ପାଳନ କରାଯିବା ଅବସରରେ ଟିଟିଲାଗଡ ଟିଟିଲାଗଡ ତାଲୂକ ଆଇନ୍ କମିଟି ତରଫରୁ ଅନୁଷ୍ଟିତ ହୋଇଥିଲା ।WhatsApp Image 2023-10-02 at 14.12.45

ଏହି ଅବସରରେ ଏହି ଦିବସ ପାଳନର ସ୍ଵତନ୍ତ୍ରତା କଣ ରହିଛି ଓ ସାଂପ୍ରତିକ ସମାଜରେ କିଭଳି ନିଜର ସ୍ଵତନ୍ତ୍ରତା ରହି ପାରିବ ସେ ନେଇ ସବିଶେଷ ଆଲୋଚନା ହୋଇଥିଲା । ତାଲୁକ୍ ଆଇନ୍ ସେବା କମିଟି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀ ସନ୍ଦୀପ କୁମାର ପଟ୍ଟନାୟକ, (ଏଡିଜେ ତଥା ଚେୟରମ୍ୟାନ- ଟିଏଲଏସ), ଶ୍ରୀ ଅଭିନନ୍ଦନ ରାୟ (ଜେ ଏମ ଏଫ ସି – ଟିଟିଲାଗଡ), ଟିଟିଲାଗଡ ଉପ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଶ୍ରୀ ଦୟାମୟ ପାଢ଼ୀ, ଶ୍ରୀମତି ସନ୍ଧ୍ୟା ଥାପା (ଆର,ଏଫ୍,ଓ), ଲାୟାନ୍ସ କ୍ଲବ ସଭାପତି ସନ୍ତୋଷ ମହାନ୍ତି, ଲାୟନ୍ ସାଜନ କମାନି (କୋଷାଧ୍ୟକ୍ଷ), ଲାୟନ ଉଆଇ ପି ଗୋୟଲ, (ଆଇପିଜି) ତଥା ଶ୍ରୀ ରାଜେନ୍ଦ୍ର ମାଝୀ ଦେଇଥିଲେ । ଆୟୋଜିତ ଏହି ସଚେତନତା ଦିବସ ଅବସରରେ ଆଖ, ପାଖ ଅଞ୍ଚଳରୁ ବହୁ ସଂଖ୍ୟା ରେ ବରିଷ୍ଠ ନାଗରିକ ଅଂଶ ଗ୍ରହଣ କରିବା ସହ ଲାୟନ୍ସ କ୍ଲବ୍ ର ବହୁ ମାନ୍ୟ,ଗନ୍ୟ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ଏହି ଅବସରରେ କେବଳ ଶତାୟୁ ବୃଦ୍ଧା ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେହିପରି ଟିଟିଲାଗଡ ନିକଟସ୍ତ ପିପଲପଦର ଗ୍ରାମରେ ଉପ ଜିଲ୍ଲାପାଳ ଶ୍ରୀ ପାଢ଼ୀ, ବ୍ଲକ ବିଡ଼ିଓ ଙ୍କ ଉପସ୍ଥିତି ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ନିଜେ ଅଂଶ ଗ୍ରହଣ କରିବା ସହ ସାଧାରଣ ଙ୍କୁ ବର୍ତ୍ତମାନ୍ ସ୍ଥିତି ରେ କିଭଳି ସଠିକ୍ ସ୍ଵାସ୍ଥ୍ୟ ଲାଭ କରିବେ ସେ ନେଇ ପ୍ରଚାର ପ୍ରସାର କରିଛନ୍ତି ।