ଆର୍ମି ହାବିଲଦାର ଙ୍କ ବିଷ ପିଇ ଆତ୍ମହତ୍ୟା : ମୋବାଇଲରେ ମିଳିଛି ଯବାନଙ୍କ ଆତ୍ମହତ୍ୟା ରହସ୍ୟ !

0
244

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୦୭/୦୯) : କାଶୀନଗର ୧୨ ନମ୍ବର ୱାର୍ଡ ର ବାସିନ୍ଦା ତଥା ଆର୍ମି ହାବିଲଦାର ଭାବେ କାର୍ଯ୍ୟ କରୁଥିବା ଏର୍ଣ୍ଣାଗୁଳା ବାସୁଦେବ ଗତ ୨୬ ତାରିଖରେ ବିଷ ପିଇ ଆତ୍ମହତ୍ୟା କରିଥିଲେ |

ଆର୍ମି ହାବିଲଦାର ଙ୍କ ଆତ୍ମହତ୍ୟ ଘଟଣାରେ କୌଣସି କାରଣ ଜଣାପଡ଼ିନଥିବା ବେଳେ କାଶୀନଗର ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ସାହୁ ୟୁଡି କେସ ନମ୍ବର ୫/୨୧ ରେ ଏକ ମାମଲା ରୁଜୁ କରିଥିଲେ | ହେଲେ ସେପ୍ଟମ୍ବର ୩ ତାରିଖ ସନ୍ଧ୍ୟାରେ ଆର୍ମି ହାବିଲଦାର ଙ୍କ ମା ଏର୍ଣ୍ଣାଗୁଳା ପଦ୍ମାବତୀ ରାଓ ଏକ ଅଭିଯୋଗ କରିଛନ୍ତି କାଶୀନଗର ଥାନା ରେ | ଏହି ଅଭିଯୋଗ ରେ ଉଲ୍ଲେଖିତ ଯେ ଆର୍ମିର ଦୁଇ ଅଫିସର, ତାଙ୍କ ବୋହୁ, ବୋହୁଙ୍କ ପରିବାର ଓ ତାଙ୍କ ପୁଅ ଏର୍ଣ୍ଣାଗୁଳା ବାସୁଦେବ ଙ୍କ ଆତ୍ମହତ୍ୟାର କାରଣ ବୋଲି ଜଣାଇଛନ୍ତି | ଏହା ସହ ବାସୁଦେବ ଙ୍କ ବେଗ ରେ ମିଳିଥିବା ତାଙ୍କ ଡ଼ାଇରୀ ଓ ମୋବାଇଲ କୁ କାଶୀନଗର ପୋଲିସ ଥାନାରେ ଦେଇଛନ୍ତି |

ବାସୁଦେବଙ୍କ ମୋବାଇଲରେ ଆତ୍ମହତ୍ୟା ପୂର୍ବରୁ ରେକଡିଂ କରିଥିବା ଭିଡ଼ିଓ ଓ ତାଙ୍କ ପତ୍ନୀ ସହ କଥା ହେଇଥିବା ମେସେଜ ଗୁଡିକ ରହିଥିବା ଜଣାପଡିଛି | ଏର୍ଣ୍ଣାଗୁଳା ପଦ୍ମାବତୀ ଦେଇଥିବା ଅଭିଯୋଗକୁ ଓ ଆଧାରକୁ କେନ୍ଦ୍ର କରି କେସ ନମ୍ବର ୯୨/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା କାଶୀନଗର ଥାନା ଅଧିକାରୀ ଶ୍ରୀ ସୁଶାନ୍ତ ସାହୁ କହିଛନ୍ତି |