ହୁତୁ ହୁତୁ ହୋଇ ଜଳିଗଲା କାର, ଅଳ୍ପକେ ବର୍ତିଲେ ଡ୍ରାଇଭର

0
70
ହୁତୁ ହୁତୁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୧୦) : ହୁତୁହୁତୁ ହୋଇ ଜଳିଗଲା କାର ଅଳ୍ପକେ ବର୍ତିଲେ ଡ୍ରାଇଭର l ଜଳି ଯାଉଛି କାର ତାହା ପୁଣି ମଝି ରାସ୍ତାରେ l

ଏହି ଘଟଣାଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଅର୍ଜୁନ – ବୁର୍ଡ଼l ରାସ୍ତାରେ l ଆଜି ବୁର୍ଡ଼l ପଟରୁ OD 31 k 5341 ଗାଡିଟି ଆସୁଥିବା ବେଳେ ଅଚାନକ ଗାଡି ବନେଟ ରୁ ନିଆଁ ବାହାରିଥିଲା l ଗାଡ଼ିରୁ ଧୂଆଁ ବାହାରୁଥିବା ଦେଖି ଚାଳକ ଗାଡିକୁ ଅଟକାଇ ଗାଡ଼ିରୁ ବାହାରି ଆସିଥିଲେ l ଏହି ସମୟରେ ଗାଡିରେ ନିଆଁ ଲାଗିଥିଲା ଏବଂ ଗାଡିଟି ଚାଳକଙ୍କ ଆଖି ସାମ୍ନାରେ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଥିଲା l ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି l