ଦକ୍ଷିଣିପାଲି ରେ ହକିଖେଳାଳୀଙ୍କୁ ହକି ଉପକରଣ ପ୍ରଦାନ

0
52
ଦକ୍ଷିଣିପାଲି ରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୧୦) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦକ୍ଷିଣିପାଲି ଠାରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ନାଭାଲ ଟାଟା ହକି ଏସିଇ ଫାଉଣ୍ଡେସନ ର ମିଳିତ ସହଯୋଗରେ ତୃଣମୂଳ ହକି କୁ ସୁଦୃଢ କରିବା ନିମନ୍ତେ କେନ୍ଦ୍ରର ଖେଳାଳୀଙ୍କୁ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ତରଫରୁ ହକି ଖେଳ ନିମନ୍ତେ ବ୍ୟବହୃତ ଆନୁସଙ୍ଗିକ ସରଞ୍ଜାମ ପ୍ରଦାନ କରାଯାଇଛି l

ଏହି ବିଶେଷ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଉପସ୍ଥିତ ରହି ଖେଳାଳୀଙ୍କୁ ହକି ସରଞ୍ଜାମ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ବି ଡି ଓ ଉଲୁଣ୍ଡା କରିସ୍ମା ବେସ୍ରା, ଏ ଇ ଇ ମୁକ୍ତେଶ୍ଵର ମାଝୀ, ଜେ ଇ ବିଜୟ ପୂର୍ତ୍ତି,ସ୍ଥାନୀୟ ବିଶିଷ୍ଠ ବ୍ୟକ୍ତି କୃତିବାସ ମିଶ୍ର ତଥା ଅଞ୍ଚଳ ର ଜନସାଧାରଣ, ଖେଳାଳୀ, କୋଚ ପ୍ରଭୁତି ଉପସ୍ଥିତ ଥିଲେ l ଏହି ଖେଳ ଉପକରଣ ଖେଳ ଓ ଖେଳାଳିଙ୍କ ନିମନ୍ତେ ଅପରିହାର୍ଯ୍ୟ ରହିଥିବା ବେଳେ ଏହା ଦ୍ୱାରା ଖେଳର ମାନ ବୃଦ୍ଧି ହେବା ସହିତ ଖେଳାଳୀଙ୍କୁ ମଧ୍ୟ ଖେଳ ପାଇଁ ଅଧିକ ଭାବରେ ଉତ୍ସାହିତ କରିବ ବୋଲି ଜିଲ୍ଲାପାଳ ଶ୍ରୀ ରାୟ କହିବା ସହ ଜିଲ୍ଲାର ଦକ୍ଷିଣିପାଲି ତୃଣମୂଳ ହକି ପ୍ରଶିକ୍ଷଣ କେନ୍ଦ୍ର ଆଗାମୀ ଦିନରେ ଜିଲ୍ଲାର ହକି ଖେଳ ପ୍ରତି ଅନେକ ନୂତନ ସମ୍ଭାବନା ସୃଷ୍ଟି କରିବ ବୋଲି ସୂଚନା ଦେଇଛନ୍ତି l