ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟିନେଲେ ଦୁବୁର୍ତ୍ତ

1
59
ଦୋକାନରୁ ଲକ୍ଷାଧିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୭/୧୦) : ଦୋକାନର ଆଜବେଷ୍ଟସ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟିନେଲେ ଦୁବୁର୍ତ୍ତ ।

ଏଭଳି ଘଟଣା ଘଟିଛି ବାସୁଦେବପୁର ବଜାରରେ ଥିବା ସାହୁ ଜୁଏଲୱାରୀ ୱାର୍କସପ ରେ । ଆଜି ଦୋକାନ ଖୋଲିବା ପରେ ଦୋକାନ ରେ ଲୁଟ ହେଇଥିବା ମାଲିକ ଜାଣିବାକୁ ପାଇଥିଲେ । ପରେ ଏ ନେଇ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।ଗତକାଲି ରାତିରେ ଦୋକାନର ଆଜବେଷ୍ଟସ ଭାଙ୍ଗି ଦୁବୁର୍ତ୍ତ ମାନେ ଦୋକାନରେ ପଶିଥିଲେ । ଦୋକାନରେ ଲୋକଙ୍କର ରିପୟାରିଂ ପାଇଁ ଥିବା ଅଙ୍କାର ସମେତ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ ହେଇଥିବା ଜଣାପଡିଛି ।

1 COMMENT

Comments are closed.