୪ ବାଇକ ସହ ଗିରଫ ହେଲେ ଲୁଟେରା

0
41
୪ ବାଇକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଖୋର୍ଦ୍ଧା, (୦୭/୧୦) : ରାଜସୁନାଖଳା ଫାଣ୍ଡି ଅଧିକାରୀଙ୍କ ଦ୍ଵାରା ବାଇକ ଲୁଟେରା ଗିରଫ । ୪ ବାଇକ ଜବତ । ସେପଟେ ଲୁଟେରା ଗ୍ୟାଙ୍ଗକୁ ଠାବ କରିବା ପାଇଁ ପୋଲିସର ପ୍ରୟାସ ଜାରିରହିଛି ।

ଲୁଟେରା ଜଣକ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ସର୍ବେଶ୍ୱର ବାରିକ ହୋଇଥିବା ବେଳେ ପୂର୍ବରୁ ତାଙ୍କ ନାମରେ ଅନେକ ଅଭିଯୋଗ ରହିଛି । ଖୋର୍ଦ୍ଧା ଥାନାରେ ୬ଟି ରଣପୁର ଥାନାରେ ୨ଟି ଓ ବେଗୁନିଆ ଥାନାରେ ୧ଟି କେଶ ରହିଛି । ଲୁଟେରା ଜଣକ ବିଭିନ୍ନ ସ୍ଥାନରୁ ମାଷ୍ଟର କି ସାହାଯ୍ୟରେ ବାଇକ ଲୁଟିବାରେ ସକ୍ଷମ ହେଉଥିଲା । ଏଭଳି ଅଭିଯୋଗ ପାଇବା ପରେ ଲୁଟେରାକୁ ଧରିବା ପାଇଁ ଦୀର୍ଘଦିନ ହେବ ପ୍ରୟାସ ଜାରିରଖିଥିଲେ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ।