୮ଫୁଟର ଅଜଗର ସାପ ଉଦ୍ଧାର କଲେ ଦୁଇ ଯୁବକ

1
44
୮ଫୁଟର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୦୯/୧୦) : ବିଶାଳକାୟ ଅଜଗର ସାପ ଭୋଗରାଇ ଜଳେଶ୍ୱରପୁର ଗ୍ରାମ ପୋଖରୀରେ ଉଦ୍ଧାର ।

ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଜଳେଶ୍ୱର ପୁର ଗ୍ରାମ ପୋଖରୀରେ ସlପଟିକୁ ଦେଖିବାକୁ ପାଇଥିଲେ ଗ୍ରାମବାସୀ । ପୋଖରୀରରେ ପାଣି ଥିବାରୁ ମେସିନ ଲଗାଇ ପାଣି ନିଷ୍କାସନ କରିଥିଲେ ଗ୍ରାମବାସୀ । ପାଣି ନିଷ୍କାସନ ପରେ ପୋଖରୀରରେ ଦେଖିବାକୁ ପାଇ ଥିଲେ ବିଶାଳକାୟ ଅଜଗର ସାପ l ସାପ ଦେଖି ବନ ବିଭାଗ ଓ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ ଗ୍ରାମବାସୀ l କିନ୍ତୁ ଦୀର୍ଘ ସମୟ ଧରି କେହି ଘଟଣା ସ୍ଥଳରେ ନ ପହଞ୍ଚିବାରୁ ଗ୍ରାମବାସୀ ଭୟଭୀତ ହଇଥିଲେ l ବାଧ୍ୟ ହଇ ଗ୍ରାମର ୨ ଯୁବକ ନିଜ ଜୀବନକୁ ବାଜି ଲଗାଇ ସାହାସିକତା ଦେଖାଇ ପୋଖରୀ ଭିତରୁ ପ୍ରାୟ ୮ ଫୁଟର ଅଜଗର ସାପ ଉଦ୍ଧାର କରିଥିଲେ l ଏପରି ସାହାସିକତାକୁ ଗ୍ରାମବାସୀ ପ୍ରଶଂସା କରିଥିଲେ ବେଳେ ସାପଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି ।

1 COMMENT

Comments are closed.