ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଟାଙ୍କ ରାୟଗଡା ଗସ୍ତ

6
88
ସୂଚନା ପ୍ରଯୁକ୍ତି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୯/୯) : ରାଜ୍ୟ ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଦୁଇଦିନିଆ ରାୟଗଡା ଜିଲ୍ଲା ଗସ୍ତ କରିଛନ୍ତି ।WhatsApp Image 2023-09-29 at 19.36.58 (1)

ଆଗାମୀ ଦିନରେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟରେ ଇଣ୍ଟରନେଟ ସଂଯୋଗ ସହ 5T ବିଦ୍ୟାଳୟରେ ଇଣ୍ଟରନେଟସେବା ଯୋଗାଣ ସକାଶେ ଚାଲୁ ରହିଥିବା କାର୍ଯ୍ୟ ଅଗ୍ରଗତି ନେଇ ତଦାରଖ କରିଥିବା ଜଣାପଡିଛି । ତେବେ ଶ୍ରୀ ପଟ୍ଟନାୟକ କୋରାପୁଟ ଗସ୍ତ ସାରି ଗତ ୨୬ ରିଖ ସନ୍ଧ୍ୟାରେ ରାୟଗଡାରେ ପହଞ୍ଚି ଥିଲେ । ଏହାପରେ ଗତ ୨୭ ରିଖଦିନ ଶ୍ରୀ ପଟ୍ଟନାୟକ କୋଲନରା ବ୍ଲକ, କୈଳାଶପୁର ପଞ୍ଚାୟତ ସଦର ମହକୁମା, ରାମନାଗୁଡା ବ୍ଲକ, କୁଜେନ୍ଦ୍ରୀ ପଞ୍ଚାୟତ କାର୍ଯ୍ୟାଳୟ ସମେତ ଗୁଣୁପୁର ବ୍ଲକ କାର୍ଯ୍ୟାଳୟ, ଜଗନ୍ନାଥପୁର ପଞ୍ଚାୟତ କାର୍ଯ୍ୟାଳୟ, ଡମ୍ବସରା, ପଦ୍ମପୁର ବ୍ଲକ, କେନ୍ଦୁଗୁଡା ପଞ୍ଚାୟତ କାର୍ଯାଳୟ ଏବଂ ଖିଲାପଦର ପଞ୍ଚାୟତ ସହିତ ପାଶ୍ୱର୍ସ୍ତ ୫ଟି ବିଦ୍ୟାଳୟ ଗୁଡିକ ମଧ୍ୟ ଶ୍ରୀ ପଟ୍ଟନାୟକ ପରିଦର୍ଶନ କରିଥିବା ଜଣାପଡିଛି । ଭାରତ ସଞ୍ଚାର ନିଗମ ତରଫରୁ ଉକ୍ତ 5T ବିଦ୍ୟାଳୟ ଏବଂ ପଞ୍ଚାୟତ କାର୍ଯ୍ୟାଳୟକୁ ହାଇସ୍ପିଡ ଇଣ୍ଟେରନେଟ ସଂଯୋଗ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇ ଥିବାବେଳେ ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି ।

ପଞ୍ଚାୟତ ସଦର ମହକୁମାରେ ମୋ ସେବା ତଥା ଗ୍ରାହକ ସେବା କେନ୍ଦ୍ର ସ୍ଥାପନ ସହ ବ୍ୟାଂଙ୍କି ବ୍ୟବସ୍ଥା ସହ ଯୋଡିବା ନେଇ ଲକ୍ଷ୍ୟ ରହିଛି । ସେହିପରି ୫ଟି ଅନ୍ତର୍ଗତ ରୂପାନ୍ତରିତ ବିଦ୍ୟାଳୟରେ ଇ ଲ୍ୟାବ୍ରେରୀ ପ୍ରତି । ଏବଂ ପ୍ରତ୍ୟେକ କମ୍ପୁଟର ସିସଟମରେ ହାଇସ୍ପିଡ୍‍ ଇଣ୍ଟରନେଟ ସଂଯୋଗ ପ୍ରଦାନ କରାଯିବା ନେଇ ପ୍ରକ୍ରିୟା ଚାଲୁ ରହିଛି । ତେଣୁ ଉକ୍ତ କାର୍ଯ୍ୟ ଅଗ୍ରଗତି ନେଇ ଶ୍ରୀ ପଟ୍ଟନାୟକ ସମୀକ୍ଷା କରିବା ସହ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ଉକ୍ତ କାର୍ଯ୍ୟ ଗୁଡିକ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

6 COMMENTS

Comments are closed.