ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ହତ୍ୟା

2
44
ଯୁବକଙ୍କୁ ଧାରୁଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦୁଝର, (୧୧/୧୦) : ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ହତ୍ୟା । ମୃତକ କେନ୍ଦୁଝର ଜିଲ୍ଲା, ଯୋଡ଼ା ଥାନା ଅଞ୍ଚଳର ୪୫ ବର୍ଷୀୟ ପ୍ରଦୀପ କୁମାର ବେହେରା ଓରଫ ନେତା । ଗତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।

ନେତାଙ୍କୁ କିଏ ଏବଂ କାହିଁକି ହତ୍ୟା କରିଛି ସେନେଇ କାରଣ ଖୋଜୁଛି ଯୋଡ଼ା ପୋଲିସ୍ । ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ୍ ପଚରା ଉଚୁରା ଚଳାଇଛି । ସୂଚନା ଅନୁଯାୟୀ, ପ୍ରଦୀପ କୁମାର ବେହେରା ଓରଫ ନେତାଙ୍କ ପରିବାର କେନ୍ଦୁଝରରେ ରହୁଥିଲା ବେଳେ, ସେ ଏକାକୀ ଯୋଡ଼ାରେ ରହୁଥିଲେ । ଯୋଡ଼ା କଳାପାହାଡ଼ ନିକଟରେ ଏକ ଟିଣରେ ଘର ତିଆରି କରି ସେ ରହିଆସୁଥିଲେ । ଆଜି ସକାଳୁ ନେତାଙ୍କ ଜଣେ ସାଙ୍ଗ ତାଙ୍କୁ ଡାକିବାକୁ ଆସି ଘର ଭିତରେ ତାଙ୍କର ରକ୍ତାକ୍ତ ମୃତଦେହ ପଡ଼ିଥିବାର ଦେଖିଥିଲେ ।

ଏନେଇ ଯୋଡ଼ା ପୋଲିସକୁ ଖବର ଦିଆଯିବା ପରେ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ ହୋଇଛି । ଗତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲାବେଳେ, ନେତାଙ୍କ ମୁଣ୍ଡକୁ ହାଣି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଘର ଭିତରେ ଥିବା ଏକ ବାଲ୍ଟିକୁ ଜବତ୍ କରିବା ସହିତ ଅନ୍ୟାନ୍ୟ ନମୂନା ସଂଗ୍ରହ କରିଛି ସାଇଣ୍ଟିଫିକ ଟିମ୍ । ହତ୍ୟାକାରୀ ହତ୍ୟାକାଣ୍ଡ ଭିଆଇବା ପରେ ରକ୍ତଭିଜା ହାତ ଏହି ବାଲ୍ଟିରେ ଧୋଇଥିବା ଅନୁମାନ କରାଯାଉଛି । ପୋଲିସ୍ ମୃତ ଦେହକୁ ଜବତ୍ କରି ବ୍ୟବଚ୍ଛେଦ ପାଇଁ ପଠାବା ସହ ତଦନ୍ତ ଜାରୀ ରଖିଛି ।

2 COMMENTS

Comments are closed.