ସ୍ଵାସ୍ଥ୍ୟ ସେବାର ବିକଳ ଚିତ୍ର ଦାୟୀ କିଏ ?

0
64
ସ୍ଵାସ୍ଥ୍ୟ ସେବାର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୩/୧୦) : ସୁକାନ୍ତି ସୁନା, ଜଣେ ୬୦ବର୍ଷ ବିଧବା ବୃଦ୍ଧା ଙ୍କୁ ଡାକ୍ତର ୪ ଗ୍ରାମ ରକ୍ତ ଥିବା ଓ ତୁରନ୍ତ ତିନି ପ୍ୟାକେଟ ରକ୍ତ ନେବାକୁ ପରାମର୍ଶ ଦେବା ସତ୍ତ୍ବେ ସେ ତାଙ୍କର କେହି ସାହା ଭରଷା ନ ଥିବାରୁ ଏକ ମାସ ଦୁର୍ବିସହ ଅବସ୍ଥାରେ ଘରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ।WhatsApp Image 2023-10-14 at 01.18.38

ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ମିନାପାଲି ଗ୍ରାମରୁ ସାତ ସହ ଟଙ୍କା ଅଟୋ ଭଡ଼ା କରି ଟିଟିଲାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସି ରକ୍ତ ନେବାକୁ ତାଙ୍କ ନିକଟରେ ଅର୍ଥ ନ ଥିବା ବେଳେ ପ୍ରାୟ ଏକ ମାସ ପରେ ତାଙ୍କ ଜଣେ ସମ୍ପର୍କୀୟ ଝିଅ ଏକ ଗ୍ରୁପ ଋଣ ଟଙ୍କା କରି ଦୁଇ ହଜାର ଟଙ୍କା ଦେଇ ଥିଲେ । ସେ ଡାକ୍ତର ଖାନା ନିକଟରେ ଥିବା ଆମ ନଜରକୁ ଆସିବା ଓ ତାଙ୍କ ଅବସ୍ଥା ଜାଣି ବିଭାଗୀୟ ଅଧିକାରୀ ତଥା ବ୍ଲଡ ବ୍ୟାଙ୍କ୍ ପରିଚାଳକ ଗଜିନ୍ଦ୍ର ନାଥ ରାଉତ ଙ୍କୁ ଜଣେଇ ତୁରନ୍ତ ଏକ ପ୍ୟାକେଟ ରକ୍ତ ଯୋଗାଡ କରାଯାଇଥିଲା । ତାଙ୍କ ସହ କେହି ନ ଥିବା ଯୋଗୁଁ ଜଣେ ନର୍ସିଂ ସିଷ୍ଟର ରକ୍ତ ନେବା ସମୟ ରେ ଉପସ୍ଥିତ ରହିଥିଲେ । ସେହିପରି ଏଭଳି ଅନେକ ଲୋକ କିଭଳି ସ୍ଵାସ୍ଥ୍ୟ ସେବା ପାଉଛନ୍ତି ସହ ଯେ ଅନୁମେୟ ।

ସେହିପରି ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତର ଖାନା ପ୍ରତିଷ୍ଠା ପରେ ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଏହି ଡାକ୍ତର ଖାନା ନାମିତ ହୋଇଛି । ଯାହାକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ବ୍ୟବସ୍ଥା ରହିଛି। ଏଠି ଜଣେ ଡାକ୍ତର ବହିର୍ବିଭାଗ ରେ ଥିବା ଓ ଶଯ୍ୟା ଅଭାବରୁ ଲୋକେ ତଳେ ଗଡି ଚିକିତ୍ସିତ ହେବା ବାଧ୍ୟ ହୋଇ ଆମ୍ବୁଲାନ୍ସ ରେ ଆସି ଧାର, କରଜ କରି ଏଠି ଶଯ୍ୟା ଅଭାବରୁ ଅନ୍ୟତ୍ର ଧାର, କରଜ କରି ଚିକିତ୍ସିତ ହେବା , କ୍ୱାକ ଓ ଗୁଣିଆ ଙ୍କ ନିକଟ କୁ ଯିବା ସହ ଅକାଳ ମୃତ୍ୟୁ ବରଣ କରି ଆସୁଥିବା ସାର ହୋଇଛି । ଏଠି ଏହି ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ନେଇ ଡାକ୍ତର ଙ୍କୁ ଆକ୍ରମଣ ବାରମ୍ୱାର ହୋଇ ଆସୁଥିବା ନଜିର ରହିଛି । ସ୍ଥାନୀୟ ବିଧାୟିକା ୫ ଜଣ ବିଶେଷଜ୍ଞ ଡାକ୍ତର ଙ୍କୁ ନିଯୁକ୍ତି କରିଥିବା ସରକାରୀ ଭାବେ ଘୋଷଣା କରାଯାଇଥିଲା। ହେଲେ ଉକ୍ତ ଡାକ୍ତର ମାନେ ଆସି ସ୍ଥାନୀୟ ଏସ ଡି ଏମ ଓ ପ୍ରଦିପ ନାଏକ ଙ୍କ ବିନା ପରାମର୍ଶ ରେ ଚାଲିଯାଇଥିଲେ ।WhatsApp Image 2023-10-14 at 01.28.12

ସେହିପରି ଟିଟିଲାଗଡ ନିକଟସ୍ତ ପିପଲପଦର୍ ଗ୍ରାମ ନିକଟରେ କୋଟି,କୋଟି ଟଙ୍କା ବ୍ୟୟ ଅଟକଳ ରେ ଦୀର୍ଘ ବର୍ଷ ଧରି ମାତୃ ଓ ଶିଶୁ ଡାକ୍ତର ଖାନା ନିର୍ମାଣ ହୋଇ ପଡ଼ି ରହିଛି ସିନା କାର୍ଯ୍ୟକାରୀ କରାଯାଉ ନାହିଁ ଓ ଆଗାମୀ ନିର୍ବାଚନ ବେଳେ ଉଡ ଘାଟନ କରାଯିବ ବୋଲି ବିଭିନ୍ନ ମହଲ ରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜୁ ସ୍ଵାସ୍ଥ୍ୟ ବିମା ଯୋଜନା ସରକାର କାର୍ଯ୍ୟକାରୀ କରିଥିବା ବେଳେ ଏଭଳି ବିକଳ ଚିତ୍ର ରାଜ୍ୟ ର ଏହି ଡାକ୍ତର ଖାନା ରେ ଦେଖିବାକୁ ମିଳୁଛି। ଶ୍ରୀ ଯୁକ୍ତ ହେମନ୍ତ ମେହେର ନାମକ ଜଣେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ସପ୍ତାହ କୁ ଦୁଇ ଦିନ ପାଟଣାଗଡ ରୁ ଆସୁଥିବା ବେଳେ ଲୋକଙ୍କ ଅସମ୍ଭାଳ ଭିଡ ଲାଗି ରହିଥିବା ଦୃଷ୍ଟି ଗୋଚର ହେଉଛି ।

ଏ ନେଇ ସରକାର ଅବା ମୁଖ୍ୟ ଶାସନ ସଚିବ କ’ଣ ଦୃଷ୍ଟି ଦେଇ କିଭଳି ପଦକ୍ଷେପ ନେଇ ଲୋକଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବେ ଦେଖିବାକୁ ବାକି ରହିଲା । ସେହିପରି ତିନି ଦିନ ଧରି ଆମ୍ବୁଲାନ୍ସ କୁ ଜଗି ଜଣେ ମୃତ୍ୟୁବରଣ କରିବା ଗର୍ଭବତୀ ଅବସ୍ଥାରେ ୯୦ ହଜାର ଟଙ୍କା ରେ ଶିଶୁ ବିକ୍ରୀ ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଆଉ କେବେ କିଏ କିଭଳି ଦୃଷ୍ଟି ଦେବ ତାହା ସମୟ କହିବ ।