ବୋରିଗୁମ୍ମା NAC ପାଇଁ ସମସ୍ତ ପ୍ରୟାସ ଜାରି ରହିଛି– ପୂର୍ବତନ ମନ୍ତ୍ରୀ

0
64
ବୋରିଗୁମ୍ମା NAC

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୪/୧୦) : ବୋରିଗୁମ୍ମା ଦାସିରୀ ସାହି ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିର ଠାରୁୁ ବାହାରି ପୂର୍ବତନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦଙ୍କ ନେତୃତ୍ଵରେ ବି.ଜେ.ଡ଼ି.ର ଏକ ବିଶାଳ ଜନସମ୍ପର୍କ ଶୋଭାଯାତ୍ରା ଶୁକ୍ରବାର ପୂର୍ବାହ୍ନରେ ସହର ପରିକ୍ରମା କରି ବ୍ରାହ୍ମଣ ଦେଇ ମନ୍ଦିରରେ ପହଞ୍ଚିଥିଲା ।

ଏହି ସମାରୋହରେ ଡଃ ଇନ୍ଦିରା ନନ୍ଦ, ଜିଲ୍ଲା ମହିଳା ସଭାନେତ୍ରୀ ପ୍ରଭାତୀ ମସ୍ତୀ, ପୂର୍ବତନ ସାଂସଦ ପ୍ରାର୍ଥୀନି କୌଶଲ୍ୟା ହିକକା, ତୁଳସୀ କିର୍ଷାନୀ,ଲାଲୁମଣି ସିଂ, ଏମ. ମାଙ୍ଗା ମ୍ମା, ଲିଲି ବରିଡି ,ସୁଷମା ନାୟକ, ଜୟପୁର ବ୍ଳକ ଉପାଧକ୍ଷ, ବୋରିଗୁମ୍ମା ବ୍ଲକ୍ ଅଧ୍ୟକ୍ଷା, ବିବେକାନନ୍ଦ ପଟ୍ଟନାୟକ, ମୁନ୍ନା ଦୋରା ,ଜିଲ୍ଲା ପରିଷଦ ସଭ୍ୟ ପ୍ରସାଦ ବିଡିକା, ସନ୍ତୋଷ ମିଶ୍ର, ନାଗରାଜ ଦୋରା, ଚିତ୍ର ସେନ ମିଶ୍ର, ଗୁପ୍ତ ଗନ୍ତାୟତ, ବୁଲୁ ଶର୍ମା, ଶହ ଦେବ ପଟ୍ଟନାୟକ, ସୁରଜ ବାଘ, କେଶବ ରାଓ, ପି.ନାରାୟଣ ରାଓଙ୍କ ସମେତ ବୋରିଗୁମ୍ମା ବ୍ଳକର ସମସ୍ତ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ଓ ନିର୍ବାଚିତ ଲୋକ ପ୍ରତିନିଧି ମାନେ ଯୋଗଦାନ କରିଥିଲେ ।

ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ମୀ ବସ ଯୋଜନା, ସ୍କୁଟି ଯୋଜନା ଭଲି ବିଭିନ୍ନ ଲୋକ ହିତକର ଯୋଜନା ଗୁଡ଼ିକ ସମ୍ପର୍କରେ ଜନମତ ଜାଗ୍ରତ କରିବା ଅବସରରେ ପୂର୍ବତନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନନ୍ଦ ବୋରିଗୁମ୍ମା ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ପର୍କରେ ନିଜର ମତାମତ ରଖିଥିଲେ । ବୋରିଗୁମ୍ମା ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ବୋରିଗୁମ୍ମା ଅଞ୍ଚଳ ବାସୀଙ୍କ ନିହାତି ଏକ ବଡ଼ ଆବଶ୍ୟକତା ଏବଂ ଏ କ୍ଷେତ୍ରରେ ତାଙ୍କର ସମସ୍ତ ଚେଷ୍ଟା ଜାରି ରହିବ ବୋଲି ଶ୍ରୀ ନନ୍ଦ ଗଣ ମାଧ୍ୟମକୁ ସୂଚନା ଦେଇଥିବା ଜଣା ପଡିଛି ।