ସାଇବର ସୁରକ୍ଷା ସଚେତନତା ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହ ହେଲ୍ପ ଲାଇନ ନମ୍ବର ଜାରି 

0
43
ସାଇବର ସୁରକ୍ଷା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୪/୧୦) : ସାଇବର ସୁରକ୍ଷା ସଚେତନତା ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହ ହେଲ୍ପ ଲାଇନ ନମ୍ବର ଜାରି । ପ୍ରଗତି ଏବଂ ଡିଜିଟାଲ ଯୁଗରେ ସାଇବର ନିରାପତ୍ତା ଏକ ଚିନ୍ତାଜନକ ଓ ପ୍ରମୁଖ ସମସ୍ୟା ।

ଆଜିର ଦିନରେ ଅନେକ ଲୋକ ଆଧୁନିକ ବିଜ୍ଞାନର କମ ଅଭିଜ୍ଞତା ଓ ଲୋଭ ବସିର୍ଭୂତ ଯୋଗୁଁ ଅନେକ ପ୍ରକାରର ସାଇବର ଅପରାଧୀଙ୍କ ଦ୍ଵାରା ଯଥା ଅନ୍‌‌ଲାଇନ କିଣାବିକା ଦ୍ଵାରା, କେୱାଇସି ଅପ ଟୁ ଡେଟ ନାମରେ, ଆଧାର ଓ ପାନ କାର୍ଡର ବିଭିନ୍ନ ସମସ୍ୟା ସମ୍ପର୍କିତ, ସର୍ଚ୍ଚ ଇଞ୍ଜିନର ଅପବ୍ୟବହାର, ନିଯୁକ୍ତି ନିମନ୍ତେ, ଋଣ ସମ୍ବନ୍ଧୀୟ, ମାଟ୍ରିମୋନିଆଲ, ଉପହାର, ଅଜଣା ନମ୍ବରରୁ ଆସିଥିବା କଲ କିମ୍ବା ସିମ୍‌‌ସ୍ୱାପ୍‌‌, ଟାୱାର ସ୍ଥାପନ ନାମରେ, ସେଭଳି ବିଭିନ୍ନ ମନୋଲୋଭା ଆପ ଦ୍ଵାରା ଲୋକମାନେ ଠକାମିରେ ପଡ଼ୁଛନ୍ତି ଏବଂ ନିଜର ସର୍ବସ୍ଵ ତଥା କଷ୍ଟାର୍ଜିତ ଅର୍ଥ ହରାଉଛନ୍ତି, ଏପରିକି ପ୍ରାଣହାନି ମଧ୍ୟ ଘଟୁଛି । ସାମ୍ପ୍ରତିକ ସ୍ଥିତିରେ ଛାତ୍ରଛାତ୍ରୀ ମାନେ ଇଣ୍ଟରନେଟ୍‌‌ ବ୍ୟବହାରର ନୈତିକ ନିୟମ, ବିଭିନ୍ନ ସୋସିଆଲ ମିଡିଆ, ଗେମିଙ୍ଗ ଆପ୍ଲିକେସନ ବ୍ୟବହାର, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏଡମିଶସନ ନିମନ୍ତେ ନିଜସ୍ୱ ସୂଚନା ଆଦାନ ପ୍ରଦାନ କରିବା ଦ୍ଵାରା ବିଶେଷ ଭାବେ ସାଇବର ଠକେଇର ଶୀକାର ହେଉଛନ୍ତି ।

ଏହାର ପ୍ରତିକାର ସ୍ୱରୂପ ୨୦୧୮ ରେ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ସଚେତନତା ପଦକ୍ଷେପ ‘ପରୀ ପାଇଁ କଥା ଟିଏ’ ଅଭିଯାନରେ ସଫଳତା ପରେ ଓଡିଶା ପୋଲିସ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସ୍ୱତନ୍ତ୍ର ମାର୍ଗଦର୍ଶିକା ଦ୍ଵାରା ସତର୍କ ଓ ସୁରକ୍ଷିତ ରହି ସାଇବର ଅପରାଧର କଡା ମୁକାବିଲା କରିବାକୁ ଆରମ୍ଭ ହୋଇଛି ଆଉ ଏକ ନିଆରା ପ୍ରୟାସ “ସାଇବର ନିରାପତ୍ତା ଅଭିଯାନ-୨୦୨୩”, ଏହି ଅଭିଯାନର ପ୍ରତିନିଧିତ୍ଵ କରୁଛି “ସାଇରା” ମାସ୍କଟ । ଏହା ସହ ୧୯୩୦ କିମ୍ବା ୧୧୨ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି ହେଇଛି ତଥା www.cybercrime.gov.in ଯୋଗେ ଲଗ ଇନ କରି ଠକାମିର ଶିକାର ହେଇଥିବା କିମ୍ବା ଠକାମିର ଆଭାସ ପାଇଥିବା ବ୍ୟକ୍ତି ଅଭିଯୋଗ ଦାଖଲ କରିପାରିବେ ଅଥବା ନିକଟସ୍ଥ ଥାନା ରେ ମଧ୍ୟ ଏ ବିଷୟରେ ଅଭିଯୋଗ ସମ୍ପର୍କରେ ବିଶେଷଭାବେ ଅବଗତ ହେବାପାଇଁ ଏହି ଉପଲକ୍ଷେ ଆୟୋଜିତ ସଭାରେ ମଞ୍ଚାସୀନ ଅତିଥିଗଣ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଆଜି ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ବିଭାଗ ଦ୍ଵାରା ଆୟୋଜିତ ସଚେତନତା ସଭାରେ ସ୍ଥାନୀୟ ମିସନ ଶକ୍ତି ମହିଳା, ଅଙ୍ଗନବାଡି କର୍ମୀ, ଯୁବକ ବରିଷ୍ଠ ନାଗରିକ ତଥା ଜନସାଧାରଣଙ୍କୁ ନେଇ ସାଇବର ନିରାପତ୍ତା ଅଭିଯାନ-୨୦୨୩ ସ୍ଥାନୀୟ ଟିଟିଲାଗଡ ସହରସ୍ଥିତ ଗୋପବନ୍ଧୁ ଉଦ୍ୟାନ ଠାରେ ଅନୁଷ୍ଠିତ ହେଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅବକାରୀ ବିଭାଗର କର୍ମଚାରୀ, ପୋଲିସ ବିଭାଗର କର୍ମଚାରୀ, ବନ ବିଭାଗର କର୍ମଚାରୀ, ଡିଏଭି ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ ତଥା ମିସନ ଶକ୍ତି ମହିଳା, ସ୍ଥାନୀୟ ମହିଳା ସଂଘ ମାନେ ଏକ ରାଲି ସ୍ଥାନୀୟ ସଦର ଥାନା ଠାରୁ ଗୋପବନ୍ଧୁ ଉଦ୍ୟାନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ଏହି ସଚେତନତା ସଭାରେ ଶ୍ରୀ ସୁରେଶ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀ ଦୟାମୟ ପାଢୀ, ଉପଜିଲ୍ଲାପାଳ, ଟିଟିଲାଗଡ, ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ, ଉପାଧ୍ୟକ୍ଷା, ଟିଟିଲାଗଡ ପୌରପରିଷଦ, ଶ୍ରୀମତୀ ସଞ୍ଜୁକ୍ତା ନାୟକ, ଅଧ୍ୟକ୍ଷା, ଟିଟିଲାଗଡ ପଞ୍ଚାୟତ ସମିତି, ଶ୍ରୀମତୀ ଅଙ୍କିତା କୁମ୍ଭାର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକା, ଟିଟିଲାଗଡ ପ୍ରମୁଖ ମଞ୍ଚାସୀନ ଥିଲେ । ସାଇବର ଅପରାଧ-ଏକ ସାମାଜିକ ଧମକ ବିଷୟବସ୍ତୁର ଆଧାରିତ ବକ୍ତୃତା, ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗୀତା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇ ଉକ୍ତ ପ୍ରତିଯୋଗୀତାର କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ଏବଂ ଉପସ୍ଥିତ ଜନସାଧାରଣଙ୍କ ସଚେତନତାଧର୍ମୀ ନୃତ୍ୟ ସ୍ଥାନୀୟ ନୃତ୍ୟଶିଳ୍ପୀଙ୍କ ଦ୍ଵାରା ପରିବେଷଣ କରିଥିଲେ ।

ଟିଟିଲାଗଡ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ଏସଆଇ ନରେନ୍ଦ୍ର ଛତର, ଏସଆଇ ଦେବାଶିଷ ଶତପଥି, ଏସଆଇ କୁମାରୀ ହୀରା ଖାଲକ, ଏସଆଇ ପ୍ରଦୀପ କୁମାର ଦୁରିଆ, ଏଏସଆଇ କାର୍ତ୍ତିକ ପ୍ରଧାନ, ଏଏସଆଇ ସୁବାସ ସାହୁ, ଏଏସଆଇ ଦେବରାଜ ମାଝି, ପ୍ଲାଟୁନ କମାଣ୍ଡର ଗୁଲାମ ସାହୁ ତଥା ଟିଟିଲାଗଡ ପୋଲିସ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକା, ଟିଟିଲାଗଡ ଶ୍ରୀମତୀ ଅଙ୍କିତା କୁମ୍ଭାର କାର୍ଯ୍ୟକ୍ରମକୁ ସଂଯୋଜନା ତଥା ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ନିମନ୍ତ୍ରିତ ଅତିଥି, ବରିଷ୍ଠ ନାଗରିକ, ସ୍ଵୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, ପୌରପରିଷଦର ସଭ୍ୟ,ସଭ୍ୟା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।