ଲଷ୍ମୀ ପାଇଁ ଗୃହ ଲଷ୍ମୀ ମାନଙ୍କୁ ପଠାଉଛନ୍ତି ସରକାରୀ ଅଧିକାରୀ

0
64
ଲଷ୍ମୀ ପାଇଁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୦/୧୦) : ଆଜି ଗଜପତି ଷ୍ଟାଡିୟମ ଠାରେ ଲଷ୍ମୀ ବସ ସେବା ଆରମ୍ଭ ହେବ ।

ଆଜି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ମାନସ ଯୋଜନା ଲଷ୍ମୀ ବସ ସେବା ଗଜପତିରେ ଆରମ୍ଭ ହେବ । ସକାଳ ୯ ଟା ରେ ମୁଖ୍ୟମନ୍ତ୍ରୀ ଭି ସି ମାଧ୍ୟମରେ ଯୋଜନାକୁ ଉଦଘାଟନ କରିବେ । ସେଥିପାଇଁ ଗତ କାଲି ଠାରୁ ମାନ୍ୟବର ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଉପସ୍ଥିତ ରହି ଯୋଜନାଟି କିଭଳି ସଫଳ ହେବ ସେ ନେଇ ସମୀକ୍ଷା କରୁଛନ୍ତି, ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ମଧ୍ୟ ଏହି ଉଦଘାଟନ ଉତ୍ସବରେ ଯୋଗ ଦେବେ, ଗତ କାଲି ଠାରୁ କାଶୀନଗର ହାଇସ୍କୁଲ ଠାରେ ୧୫ଟି ବସ ଯଗି ରହିଛି ।

ଏସେଚଜି ଗ୍ରୁପର ମହିଳା ମାନଙ୍କୁ ଏଠାଉ ବୁହା ହୋଇ ନିଆ ଯାଉଛି । ଗଜପତି ଷ୍ଟାଡିୟମ ଟି ପୁରା ସଜେଇ ହୋଇ ରହିଛି ଆଜିର ଏହି କାର୍ଯ୍ୟକ୍ରମ ପାଇଁ, ଲୋକେ କୁହାକୁହି ହେଉଛନ୍ତି କି ଲଷ୍ମୀ ପାଇଁ ଗୃହ ଲଷ୍ମୀ ଙ୍କୁ ପଠାଇବା ପାଇଁ ସମସ୍ତ ସରକାରୀ କର୍ମଚାରୀ ଲାଗି ପଡ଼ିଥିବା ବିଜେପି ଅଭିଯୋଗ କରିଛି, ଏନ ଏ ସି ର ଅଧିକାରୀ ମାନେ ସକାଳୁ ସକାଳୁ ଏହି ଲୋକ ବୁହା କାର୍ଯ୍ୟ ରେ ଲାଗି ପଡ଼ିଥିବା ଟାଉନ ବିଜେପି ଆରୋପ କରିଛି ।