ପିକ୍‌ଅପ୍‌ ଭ୍ୟାନ୍‌ରୁ ଗଞ୍ଜେଇ ଜବତ : ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ

0
44
ପିକ୍‌ଅପ୍‌ ଭ୍ୟାନ୍‌ରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୩୦/୧୦) : ଗଞ୍ଜେଇ ମାଫିଆଙ୍କ ବୁଦ୍ଧି ମାନିବାକୁ ପଡ଼ିବ । ପିକ୍‌ଅପ୍‌ ଭ୍ୟାନ୍‌ ଡାଲା ତଳେ କରିଥିଲେ ସ୍ୱତନ୍ତ୍ର ଚ୍ୟାମ୍ୱର । ଆଉ ସେହି ଚ୍ୟାମ୍ୱରରେ ଭର୍ତ୍ତି କରିଥିଲେ ବସ୍ତା ବସ୍ତା ଗଞ୍ଜେଇ ।

ଆଜି ଏମିତି ଏକ ଭ୍ୟାନ୍‌କୁ ମୟୂରଭଞ୍ଜ ପୁଲିସ୍‌ ଓ ଅବକାରୀ ବିଭାଗ ମିଳିତ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି । ପୂଜା ପାଇଁ ବର୍ତ୍ତମାନ ଜାତୀୟ ରାଜପଥରେ ଯାଞ୍ଚ କଡ଼ାକଡ଼ି ହୋଇଛି । ତେଣୁ ଗଞ୍ଜେଇ ମାଫିଆମାନେ ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ । ପିକ୍‌ଅପ୍‌ ଡାଲା ତଳେ ସ୍ୱତନ୍ତ୍ର ଚ୍ୟାମ୍ୱର କରି ଗଞ୍ଜେଇ ଚାଲାଣ କରୁଥିଲେ। ଆଉ ପିକ୍‌ଅପ୍‌ ଡାଲାକୁ ଖାଲି ରଖିଥିଲେ । ଯିଏ ଦେଖିବ, ସିଏ ଭାବିକ ଖାଲି ପିକ୍‌ଅପ୍‌ ଭ୍ୟାନ୍‌ ଯାଉଛି । ପିକ୍‌ଅପ୍‌ ଭ୍ୟାନ୍‌ଟି ଜାତୀୟ ରାଜପଥରେ ନଯାଇ ରାଜ୍ୟ ରାଜପଥ ଓ ଗାଉଲୀ ରାସ୍ତାରେ ବରଗଡ଼ରୁ ବାହାରି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଥିଲା । କୋଲକାତା ଯାଇଥାଆନ୍ତା।ଏନେଇ କୌଣସି ସୂତ୍ରରୁ ଖବର ପାଇଥିଲା ମୟୂରଭଞ୍ଜ ଅବାରୀ ଟିମ୍‌ ଓ ପୁଲିସ୍‌ ।

ଏହା ପରେ ସଦା ପୋଷାକରେ ବାଙ୍ଗିରୀପୋଷି ବମ୍ୱେ ଛକ ଟୋଲ୍‌ ପ୍ଲାଜା ନିକଟରେ ଛପି ରହିଥିଲା । ଠିକ୍‌ ସେହି ସମୟରେ ପିକ୍‌ଅପ୍‌ ଭ୍ୟାନ୍‌ଟି ଟୋଲ୍‌ ପ୍ଲାଜା ଅତିକ୍ରମ କରିଥିଲା । ଉକ୍ତ ଗାଡ଼ିକୁ ପିଛା କରିଥିଲା ପୁଲିସ୍‌ । କିଛି ରାସ୍ତା ଅତିକ୍ରମ କରିବା ପରେ ଉକ୍ତ ପିକ୍‌ଅପ୍‌ ଭ୍ୟାନ୍‌କୁ ଅଟକାଇଥିଲେ । ପକ୍‌ଅପ୍‌ ଭ୍ୟାନ୍‌କୁ ଯାଞ୍ଚ କରିବାରୁ ଡାଲା ତଳେ ହୋଇଥିବା ଚ୍ୟାମ୍ୱରରୁ ମିଳିଥିଲା ବସ୍ତା ବସ୍ତା ଗଞ୍ଜେଇ । ଯହାର ଅନାମାନିକ ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ । ପୁଲିସ୍‌ ଗଞ୍ଜେଇ ଓ ଗାଡ଼ିକୁ ଜବତ କରିଛି । ଏହି ମାମଲାରେ ଗାଡ଼ି ଚାଳକ ସୋନପୁର ଜିଲ୍ଲା ଭାଟପଦା ଥାନା ସୁବଳିଆ ଗାଁର ମଳୟ ରଞ୍ଜନ ମହାକୁଡ଼କୁ ପୁଲିସ୍‌ ଗିରଫ କରିଛି । ଏହି ମାମଲାରେ ଆଉ କାହାର ହାତ ରହିଛି, ତାହା ଉପରେ ତଦନ୍ତ ଚାଲିଛି । ଜେରା ବେଳେ ଜଣାପଡ଼ିଛି ଗଞ୍ଜେଇ ବରଗଡ଼ରୁ କୋଲକାତା ଚାଲାଣ ହେଉଥିଲା ।