ଗଛକୁ ଧକ୍କା ଦେଇ ଓଲଟି ପଡ଼ିଲା ମକା ବୋଝେଇ ଟ୍ରକ

0
61
ଗଛକୁ ଧକ୍କା ଦେଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୩୦/୧୦) : ଗଛକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ମକା ବୋଝେଇ ଟ୍ରକ । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି ।

ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତ ତପ୍ତପାଣି ଘାଟିରେ । ଆହତମାନେ ହେଲେ ଗାଡ଼ି ଡ୍ରାଇଭର ଓ ମକା ବ୍ୟବସାୟୀ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ମକା ବୋଝେଇ ଟ୍ରକଟି ଗଞ୍ଜାମ ଜିଲ୍ଲା ଧର୍ମପୁର ଅଭିମୁଖେ ଯାଉଥିଲା । ତପ୍ତପାଣି ଘାଟିରର ବେଲଗଡ ନିକଟରେ ଟ୍ରକଟି ଗଛକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ୨ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ କମଳାପୁର ମେଡିକାଲ ଭର୍ତ୍ତି କରିଥିଲେ । ମକା ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ପାଟପୁର ଥାନା ପୁଲିସ ପହଞ୍ଚି ଦୁର୍ଘଟଣା ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି ।