ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ

0
47
ଦୁର୍ନୀତି ନିବାରଣ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୦/୧୦) : ଦୁର୍ନୀତି ନିବାରଣ ସପ୍ତାହ ୨୦୨୩ ପାଳନ ଅବସରରେ ଆଜି ତା ୩୦/୧୦/୨୦୨୩ ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଶପଥ ପାଠ କରାଯାଇଥିଲା ।WhatsApp Image 2023-10-30 at 14.49.25 (1)

ସ୍ଥାନୀୟ ଚିନ୍ତନ କକ୍ଷ ଠାରେ ରାୟଗଡ ଜିଲାପାଳ ସ୍ୱଧା ଦେବ ସିଂ ସମସ୍ତ କର୍ମଚାରୀ ମାନଙ୍କୁ ଦୁର୍ନୀତି ନିବାରଣ ଉପରେ ସ୍ୱପଥ ପାଠ କରାଇଥିଲେ । ଡେପୁଟି କଲେକ୍ଟର ସୂର୍ଯ୍ୟମାନୀ ଭୋଇ, ସହକାରୀ ଜିଲ୍ଲାପାଳ ଭଂଜନ କହଁର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଶାଖାର ଅଧିକାରୀ, ସେକ୍ସନ ଅଫିସର,ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ମାନେ ଶପଥ ଗ୍ରହଣ କରିଥିଲେ l ସେହିପରି ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ତାଙ୍କ କାର୍ଯ୍ୟାଳୟରେ ସମସ୍ତ କର୍ମଚାରୀ, ଅନୁବିଭାଗୀୟ ଅଧିକାରୀ ମାନଙ୍କୁ ଶପଥ ପାଠ କରାଇଥିଲେ l

ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଓ ଉପଖଣ୍ଡ ଓ ବ୍ଲକ କାର୍ଯ୍ୟାଳୟରେ ପାଳନ କରାଯାଇଛି l ଭିଜିଲାନ୍ସ ଡ଼ିଏସପି ଶ୍ରୀମତୀ ତରୁଲତା ବେହେରାଙ୍କ ତତ୍ୱାବଧାନରେ ଆସନ୍ତା ୩୧/୧୦/୨୩ରିଖରୁ ତା ୫/୧୧/୨୩ରିଖ ଭିତରେ ଜିଲ୍ଲାର ସମସ୍ତ ବ୍ଲକର ଯେକୌଣସି ଦୁଇଟି ଲେଖାଏଁ ଗ୍ରାମ ପଞ୍ଚାୟତରେ ସଚେତନତା ଗ୍ରାମସଭା ଆୟୋଜନ କରାଯିବ l ଆସନ୍ତା ତା ୦୩/୧୧/୨୩ରିଖ ଦିନ ଜିଲ୍ଲାସ୍ଥରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l