ମାଡ଼ି ବସିଲା ଭାଲୁ, ଚାଲିଗଲା ମହିଳାଙ୍କ ଜୀବନ

0
65
ମାଡ଼ି ବସିଲା ଭାଲୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା, (୦୮/୧୧) : ନୂଆପଡା ଜିଲ୍ଲାରେ ବାଘ ମାତିଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମାତିଛି ଭାଲୁ । ବାଘ ଆକ୍ରମଣରେ ନୂଆପଡ଼ା ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଭାଲୁଟି କଳାହାଣ୍ଡି ଜିଲ୍ଲାରେ ଜଣେ ମହିଳାଙ୍କ ଜୀବନ ନେଇଥିବା ଜଣାଯାଇଛି ।

ଭାଲୁ ଆତଙ୍କରେ ଚାଲିଗଲା ମହିଳାଙ୍କ ଜୀବନ । ଏପରି ଏକ ଅଘଟଣ ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଆମପାଣି ଫରେଷ୍ଟ ଅଞ୍ଚଳ ବରାଡ଼ଙ୍ଗା ଗାଁ’ରେ ଘଟିଛି । ମୃତ ମହିଳା ପାତ୍ରବସା ଗାଁ’ର ଭବାନୀ ବାଗ ବୋଲି ସୂଚନା ମିଳିଛି । ମହିଳାଜଣକ ଆଜି ଭୋରରୁ ଶୌଚ ହେବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ସେ ଏକ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ । ଭାଲୁ ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ଭବାନୀ ବାଗ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ଜଙ୍ଗଲରୁ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିଲେ । ଏହାକୁ ନେଇ ଗାଁ’ରେ କୋକୁଆ ଭୟ ଖେଳି ଯାଇଛି । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ବନବିଭାଗ ର ଅଧିକାରୀ ଏବଂ ଆମପାଣି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।