ସମ୍ଭାବ୍ୟ ମରୁଡି : ସ୍ଥାୟୀ ଜଳ ସେଚନ ବ୍ୟବସ୍ଥା କରିବାକୁ ଦାବୀ

0
49
ସମ୍ଭାବ୍ୟ ମରୁଡି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୭/୧୧) : ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ଚଳିତ ବର୍ଷ ମରୁଡିର ପଦ ଧ୍ୱନି ଶୁଭିଲାଣି, ରୟିତ ଚାଷୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଛି ।Whatsapp Image 2023 11 08 At 11.10.47

କାଶୀନଗରରେ ସ୍ଥାୟୀ ଜଳ ସେଚନ ବ୍ୟବସ୍ଥା କରିବାକୁ ଦାବୀ । ରାଜ ନେତା ମାନେ ମରୁଡି ନେଇ ପ୍ରଶାସନ କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରୁଛନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ ଜିଲ୍ଲାପାଳ ଙ୍କ ସହ ବୁଲି ଚାଷୀଙ୍କ ଦୁର୍ଦ୍ଧଶା ଦେଖାଇଛନ୍ତି, ବିଧାୟକ ନାରାୟଣ ରାଓ ମଧ୍ୟ ବିଭିନ୍ନ ରୁଗ୍ଣ ଉଠାସେଚ ପଏଣ୍ଟ ଦେଖି କତୃପକ୍ଷ ଙ୍କୁ ସଜାଗ କରିଛନ୍ତି, କାଶୀନଗର ରୟିତ ସଂଘ ସଭାପତି ଶ୍ରୀ ପ୍ରଶାନ୍ତ ମିଶ୍ର କାଶୀନଗର ବ୍ଲକ ରେ ସ୍ଥାୟୀ ଜଳ ସେଚନ ବ୍ୟବସ୍ଥା ନ ଥିବା ରୁ କ୍ଷୋଭ ପ୍ରକାଶ କରିଛନ୍ତି । ବଥବା ରେ ଥିବା ମେଗା ଲିଫ୍ଟ ରେ ଚାରି ଗୋଟି ମୋଟର ଲାଗିଛି , ବେଳେ ବେଳେ ନଦୀର ପାଣି ଆର ପଟ କୁ ଚାଲିଯିବା ଓ ଶୁଖିଯିବା ଫଳରେ ପ୍ରକଳ୍ପ ଚାଲିବ ନାହିଁ, ସେହିଭଳି କାମ ସରି ନ ଥିଲେ ମଧ୍ୟ କିଣିଗାଁ ମେଗା ଲିଫ୍ଟ ଚାଲୁ କରାଯାଇଥିଲେ ମଧ୍ୟ ଏହା ସମୁଦ୍ର କୁ ଶଙ୍ଖେ ପରି, ମହାରାଜା କୃଷ୍ଣ ଚନ୍ଦ୍ର ଙ୍କ ସମୟ ରେ ଖୋଳା ଯାଇଥିବା କୃଷ୍ଣ ସାଗର ପ୍ରକଳ୍ପ ଟି ଅତି ସୁନ୍ଦର ଜାଗା ରେ ରହିଛି ।

ଏହି ପ୍ରକଳ୍ପର ପଙ୍କ ଉଦ୍ଧାର କରି ନଦୀକୁ ଚାଲି ଯାଉଥିବା ଜଳ କୁ ଯଦି ସଂରକ୍ଷଣ କରାଯାଇ ପାରିଲେ ଏହା ପ୍ରାୟ ୫୦୦ ଏକର ଜମିକୁ ଜଳ ସେଚନ ବ୍ୟବସ୍ଥା ହୋଇପାରିବ, ସାରା, ବଥବା, ଓ କିଣିଗାଁ ମେଗା ପ୍ରକଳ୍ପର ଜଳକୁ ରବି ଋତୁରେ ସଂରକ୍ଷଣ କରାଗଲେ ରବି ଫସଲ ବେଳକୁ ଏହା ଉପଯୋଗୀ ହୋଇପାରିବ । ନଚେତ ସାରା ଠାରୁ ଏକ କେନାଲ ଖୋଳା ଯାଇ ବିଭିନ୍ନ ବଡ଼ ବଡ଼ ବନ୍ଧ, ଓ ଜଳାଶୟ ରେ ପାଣି ଭର୍ତି ରଖାଯାଉ, ଯାହାକି ଚାଷୀ ଅଭାବ ବେଳେ ଏହା କାର୍ଯ୍ୟରେ ଲାଗିବ, ବାଟି ପୋଇ ନାଳ, ପୁଲିଗୁମି ନାଳ, ଜିରୋ ଡ୍ୟାମ ଜଳ ର ସଦୁପଯୋଗ ହୋଇ ପାରିଲେ, କାଶୀନଗର ଅଞ୍ଚଳ ରେ ମରୁଡି ହିଁ ଦେଖା ଜୀବ ନାହିଁ ବୋଲି ସରପଞ୍ଚ ଶ୍ରୀ ରାମ ପ୍ରସାଦ ପଟନାୟକ କହିଛନ୍ତି ।