ପୂର୍ବତନ ସରପଞ୍ଚଙ୍କ ବିୟୋଗ

0
40
ପୂର୍ବତନ ସରପଞ୍ଚଙ୍କ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୮/୧୧) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ଅନ୍ତର୍ଗତ ରାଣୀପେଟା ର ପୂର୍ବତନ ସରପଞ୍ଚ ଙ୍କ ଗତ କାଲି ରାତିରେ ପରଲୋକ ହୋଇଯାଇଛି ।

ରାଣୀପେଟା ଗ୍ରାମ ପଞ୍ଚାୟତର ୱାଲା ଭେଙ୍କଟ ରାଓଙ୍କ ୭୬ ବର୍ଷ ବୟସ ରେ ନିଜ ଗ୍ରାମ ବାସଭବନରେ ପରଲୋକ ହୋଇଯାଇଛି । ସେ ୧୯୯୨ ମସିହାରେ ଏହି ପଞ୍ଚାୟତର ସରପଞ୍ଚ ହୋଇଥିଲେ, ସେ ରାଣୀପେଟା କୃଷି ସମବାୟ ସମିତିର ସଭାପତି ମଧ୍ୟ ଥିଲେ । ସେ ଜଣେ ମିଷ୍ଟ ଭାଷୀ ଓ ପ୍ରଜା ପ୍ରେମୀ ଥିଲେ, ଅମାୟିକ ଓ ମିଷ୍ଟ ଭାଷୀ ପରୋପକାରୀ ହୋଇଥିବାରୁ ଗ୍ରାମ ଲୋକେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । କାଶୀନଗର ସମିତି ଅଧ୍ୟାକ୍ଷା ଶ୍ରୀମତୀ ଵାଲା ସାୟାମ୍ମା, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ, ଶିଆଳି ସରପଞ୍ଚ ରାମ ପ୍ରସାଦ ପଟନାୟକ, ଖାରଡ଼ା ସରପଞ୍ଚ ଅଖିଳ ପାତ୍ର, ବୁଦୁରା ସରପଞ୍ଚ ସଞ୍ଜୟ ମିଶ୍ର, ବରିଷ୍ଠ ଶିକ୍ଷକ ନେତା ଜଗଦୀଶ ପାତ୍ର, କେ. ଚିରଞ୍ଜିବି ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।