ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ (ଓୟୁଜେ) ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
181

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ
ନବରଙ୍ଗପୁର,(୦୮/୦୯) : ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ (ଓୟୁଜେ ) ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ କୋଷାଗୁମୁଡ଼ା ବ୍ଲକ ର ସନ୍ତୋଷ ପୁର ପଞ୍ଚାୟତ ର କଲ୍ୟାଣି ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 09 09 at 8.36.48 AM ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ (ଓୟୁଜେ) ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଏହିପରିପ୍ରେକ୍ଷୀ ରେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ ତରଫରୁ ସର୍ବ ପ୍ରଥମେ ଜିଲ୍ଲା ଏବଂ ରାଜ୍ୟର କରନା ରେ ମୃତ ସାମ୍ବାଦିକ ଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଓ ତା ପରେ ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ (ଓୟୁଜେ) ର ସାଙ୍ଗଠନିକ ଓ ସୁପରିଚାଳନା ସମ୍ପର୍କରେ ସଭାପତି ସୁଶାନ୍ତ କୁମାର ବେହେରା ଅବଗତ କରିଥିଲେ | ସମ୍ପାଦକ ବାରିଜ ପଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଏହି କାର୍ଯ୍ୟକ୍ରମ ରେ ଆଗାମି ବୈଠକ ଝରିଗାଁ ଠାରେ ରାଜ୍ୟ ସ୍ତରୀୟ ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିବାପାଇଁ ଆଲୋଚନା ହୋଇଥିଲା | ଆସନ୍ତା ୧୫ ତାରିଖ ରେ କୋରାପୁଟ ଜିଲ୍ଲା ଜୟପୁର ଠାରେ ହେବାକୁ ଥିବା ଓୟୁଜେ ର ସ୍ୱର୍ଣ୍ଣ ଜୟନ୍ତୀ ରେ ଜିଲ୍ଲାର ସମସ୍ତ ସଦସ୍ୟ ଯୋଗଦେବା ପାଇଁ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜିଲ୍ଲାର ୧୦ ଗୋଟି ବ୍ଲକ ର କାର୍ଯ୍ୟକାରୀ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ ।

ଏହି ଅବସରରେ କୋଷାଗୁମୁଡ଼ା ର ବରିଷ୍ଠ ସାମ୍ବାଦିକ ଶ୍ରୀ ପଦ୍ମ ଚରଣ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଓୟୁଜେ ସଂଘରେ ନୂତନ ସଦସ୍ୟ ଭାବେ କୋଷାଗୁମୁଡ଼ା ର ବିହାରକାନ୍ତ ପଟ୍ଟନାୟକ, ପ୍ରସାଦ ବିଶୋଇ, ମହେନ୍ଦ୍ର ବିଶୋଇ ଓ ଡ଼ାବୁଗାଁ ର ଟି ଜୁଗୁନୁ ଏବଂ ଅମ୍ଲାନ ମାଦଳା ନୂତନ ଭାବେ ଯୋଗ ଦେଇଥିବା ବେଳେ ସେମାନଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ଦିଆଯାଇଥିଲା | ସାମ୍ବାଦିକ ଚି଼ହ୍ନଟ ଏବଂ ସୁରକ୍ଷା ଦିଗରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା |

ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ପି ପ୍ରକାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରବି ପଟ୍ଟନାୟକ,ମନୋଜ ପାଣ୍ଡୀ,ଉପ ସଭାପତି କିଶୋର ପଟନାୟକ,ସୁମିତ ଘଣ୍ଟ, କୋଷାଧକ୍ଷ ନବ ବିଷୋୟୀ, ଆଇନ ପରାମର୍ଶ ଦାତା କିରଣ ପଟନାୟକ, ରାମ ଦଳେଇ, ବୁଲୁ ପାଢ଼ୀ, ସ୍ୱାଧୀନ ପଣ୍ଡା,ଲକ୍ଷ୍ମୀ କାନ୍ତ ପଣ୍ଡା,ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ତ୍ରିନାଥ ଧାରୁଆ, ଗିରିଧର ମାଝୀ, ଚିଦାନନ୍ଦ ସାହୁ, ଭବାନୀ ନାୟକ, ଅମୀୟ ମହାପାତ୍ର, ସନ୍ତୋଷ ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ |