ସୂଚନା ଓ ଲୋକସଂପର୍କ ବିଭାଗ, ଦକ୍ଷିଣାଞ୍ଚଳ ଉପ ନିର୍ଦ୍ଦେଶକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

0
258

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର, ତା(୨୧/୮) : ସୂଚନା ଓ ଲୋକସଂପର୍କ ବିଭାଗ, ଦକ୍ଷିଣାଞ୍ଚଳ, ଉପ ନିର୍ଦ୍ଦେଶକ ଶ୍ରୀ ଗୁରବୀର ସିଂହ ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲା କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ।

ଜିଲ୍ଲା ବିଭାଗ ଅଧିକାରୀ ଶ୍ରୀ ହଳଧର ନିଆଲ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟ କାରିତା ପ୍ରଣାଳୀ, ହିସାବ ବିବରଣୀ ଉପରେ ଅନୁଧ୍ୟାନ କରି ଠିକ ଭାବରେ ନିୟମ ମୁତାବକ ପାଳନ କରିବା, କାର୍ଯ୍ୟାଳୟର ଅନୁମୋଦିତ କର୍ମଚାରୀ ପଦବୀ ସଂଖ୍ୟା, ଖାଲିପଡ଼ିଥିବା ପଦବୀ ସଂଖ୍ୟା, କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା, କର୍ମଚାରୀଙ୍କ ବ୍ୟକ୍ତିଗତ ଅସୁବିଧା, ସୂଚନାକେନ୍ଦ୍ର ଏବଂ ପାଠାଗାରର ପରିଚାଳନା, ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ବହୁଳ ପଚାର ପ୍ରସାର ପାଇଁ ଜିଲ୍ଲା ରେ ଲଗାଯାଇଥିବା ହୋଡ଼ିଂ ଇତ୍ୟାଦି ବିଷୟରେ ଅନୁଧ୍ୟାନ କରିଥିଲେ ।

ଶ୍ରୀ ନିଆଲ କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ପାଇଁ ଉପ ନିର୍ଦ୍ଦେଶକ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉପ ନିର୍ଦ୍ଦେଶକ ଙ୍କ ପରିଦର୍ଶନ ସମୟରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।