ଖବରକାଗଜ ଫ୍ୟାକ୍ଟ୍ରି ମ୍ୟାନେଜର ଙ୍କୁ ଆକ୍ରମଣ କରି ଦୁର୍ବୁତ୍ତ ମୋବାଇଲ ଲୁଟି ଫେରାର

0
146

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୦୯/୦୯) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ବେଲଗାଁ ମୂଖ୍ୟ ରାସ୍ତାରେ ଚୋରମରା ଗ୍ରାମ ସ୍ଥିତ ମହାବୀର ଖବରକାଗଜ ଫ୍ୟାକ୍ଟ୍ରି ର ଜେନେରାଲ ମ୍ୟାନେଜର ଜଗଦୀଶ କୁଣ୍ଡୁ ସକାଳ ପ୍ରାୟ ୬ ଟା ସମୟରେ ମର୍ନିଂୱର୍କ କରି ଯାଇଥିବା ବେଳେ କିଛି ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିଦେଇଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ଉକ୍ତ ଖବରକାଗଜ ଫ୍ୟାକ୍ଟ୍ରି ର ମ୍ୟାନେଜର ପ୍ରତିଦିନ ପରି ପ୍ରାତଃ ଭ୍ରମଣ କରି ଯାଇ ଥିବା ବେଳେ ଉକ୍ତ ପେପର ମିଲ ରୁ କିଛି ଦୂରରେ ଛଅ ଜଣ ଦୁର୍ବୁତ୍ତ ଆକ୍ରମଣ କରି ତାଙ୍କ ମୋବାଇଲ ଲୁଟି ଆହତ ଅବସ୍ଥାରେ ଛାଡି ଚାଲିଯାଇଥିଲେ । କିଛି ଲୋକେ ତାଙ୍କୁ ଦେଖି ତୁରନ୍ତ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏ ନେଇ ଉକ୍ତ ଅଭିଯୁକ୍ତ ଙ୍କ ବିରୋଧ ରେ ସବିଶେଷ ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହେଉଛି ।