ବଲାଙ୍ଗୀର କୁଲତା ସମାଜର ବାର୍ଷିକ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

0
452

ରିପୋର୍ଟ: ସନ୍ତୋଷ କୁମାର ନାୟକ //
ବଲାଙ୍ଗୀର,(୦୮/୦୮) : ଆଜି ସନ୍ଧ୍ୟା ଘ.୪.୦୦ଣ୍ଟା ସମୟରେ ସ୍ଥାନୀୟ ଯାଦବ ଭବନ ଠାରେ ବଲାଙ୍ଗୀର କୁଲତା ସମାଜର ସଭାପତି ଶ୍ରୀଯୁକ୍ତ ସୁରଥ ପଧାନ ଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଆହୂତ ହୋଇଥିଲା | ସର୍ବ ପ୍ରଥମେ ଇଷ୍ଟଦେବୀ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କର ପୂଜାର୍ଚ୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା |kulta samaj ବଲାଙ୍ଗୀର କୁଲତା ସମାଜର ବାର୍ଷିକ ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗୀର କୁଲତା ସମାଜର ସଭାପତିଙ୍କ ବାର୍ତ୍ତା ପରେ ସମ୍ପାଦକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ପାତ୍ରଙ୍କ ଦ୍ୱାରା ବାର୍ଷିକ ବିବରଣୀ ପଠନ କରାଗଲା | ଆୟବ୍ୟୟ ଅଟକଳ ପଠନ ସହିତ ସମାଜରେ ଅସାମାଜିକ କାର୍ଯ୍ୟ ତଥା ସଂଗଠନ ବିରୋଧୀ କାର୍ଯ୍ୟ କରୁଥିବା କର୍ମକର୍ତ୍ତା ମାନଙ୍କୁ ଭବିଷ୍ୟତରେ ସାମାଜିକ କାର୍ଯ୍ୟରେ ଅଂଶୀଦାର ନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା |

ଉପଦେଷ୍ଟା ସଦସ୍ୟ ରାହାସ ବିହାରୀ ମାଝୀ, ତ୍ରିଲୋଚନ ସାହୁ, ମଧୁ ସାହୁ, ଶାନ୍ତନୁ କୁମାର ଭୋଇ, ଉମେଶ ପଧାନ, ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କର ଉପଯୁକ୍ତ ମତ ବ୍ୟକ୍ତ କରିଥିଲେ | ନିର୍ବାଚନ ଅଧିକାରୀ ଭାବରେ ଶ୍ରୀଯୁକ୍ତ ପଦ୍ମନାଭ ଭୋଇଙ୍କୁ ଚୟନ କରାଯାଇଥିଲା |

ତଦନୁସାରେ ନୂତନ କର୍ମକର୍ତ୍ତା ଭାବେ ସଭାପତି – ଶ୍ରୀଯୁକ୍ତ ସୁରଥ ପଧାନ, ଉପସଭାପତି- ଶ୍ରୀଯୁକ୍ତ ଶାନ୍ତନୁ କୁମାର ପାତ୍ର ଓ ଶ୍ରୀଯୁକ୍ତ ସୁଧୀର କୁମାର ଭୋଇ, ସମ୍ପାଦକ – ଶ୍ରୀଯୁକ୍ତ ଶାନ୍ତନୁ କୁମାର ଭୋଇ, ସହସଂପାଦକ – ରାମଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ- ଗୋବର୍ଦ୍ଧନ ପଧାନ, କାର୍ଯ୍ୟକାରୀ ସଦସ୍ୟ – ଶ୍ରୀଯୁକ୍ତ କୁଳମଣି ବିଶ୍ୱାଳ, ଶ୍ରୀଯୁକ୍ତ ପ୍ରହଲ୍ଲାଦ ଭୋଇ, ଶ୍ରୀଯୁକ୍ତ ମଧୁ ସାହୁ , ଶ୍ରୀଯୁକ୍ତ ବିକାଶ ରଞ୍ଜନ ବାରିକ, ଶ୍ରୀଯୁକ୍ତ ସୁନୀଲ କୁମାର ମାଝୀ ଓ ଉପଦେଷ୍ଟା ସଦସ୍ୟ- ଶ୍ରୀଯୁକ୍ତ ରାହାସ ବିହାରୀ ମାଝୀ, ତ୍ରିଲୋଚନ ସାହୁ ଓ ଯାଦବ ଚନ୍ଦ୍ର ଭୋଇ, ଯୁବ ସଂଗଠନ ନିମନ୍ତେ ସଂଯୋଜକ ସୁଦର୍ଶନ ସାହୁ, ସଭ୍ୟ – ନେତ୍ରାନନ୍ଦ ପଧାନ, ରୋହିମ ରଞ୍ଜନ ସାହୁ, ଲକ୍ଷ୍ମଣ ବିଶ୍ୱାଳ, ନିରଞ୍ଜନ ଗଡ଼ତ୍ୟା, ଲଳିତ ପଧାନ ଓ ଆକାଶ ପଧାନ ଙ୍କୁ ନିର୍ବାଚନ ଅଧିକାରୀ ଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ଚୟନ କରାଗଲା |

ସେହିପରି ସମାଜର ମିଡ଼ିଆ ସେଲ ପରିଚାଳକ ଭାବେ ବିଭୁ କଲ୍ୟାଣ ଗଡ଼ତ୍ୟାଙ୍କୁ ଚୟନ କରାଗଲା | ନିର୍ବାଚିତ ପ୍ରତିନିଧି ମାନଙ୍କୁ ରାହାସ ବିହାରୀ ମାଝୀଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା |