କାଳୀ ପୂଜା ଅବସରରେ ମଝିପଡ଼ା ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ

0
37
କାଳୀ ପୂଜା ଅବସରରେ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୧୧) : ସୋନପୁର ସହରର ଅଗ୍ରଣୀ ତଥା ବହୁ ପୁରାତନ ଅନୁଷ୍ଠାନ ରାମଧୁନ କ୍ଲବ ତରଫରୁ କାଳୀ ପୂଜା ଉପଲକ୍ଷେ ଏବଂ ସହୀଦ ପ୍ରତାପ ନାଏକ ଓ ସଚିନ ସାହୁଙ୍କ ସ୍ମୃତିରେ ଆଜି ଏକ ରକ୍ତଦାନ ଶିବିର ମଝିପଡ଼ା ନାମ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି lWhatsapp Image 2023 11 16 At 20.32.34 (1)

ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ମୁଖ୍ୟ ଅତିଥି ଓ ଜିଲ୍ଲା ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ ଯୋଗ ଦେଇ ଏହାକୁ ଉଦଘାଟନ କରି ରକ୍ତ ଦାତା ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l ଅନ୍ୟତମ ଅତିଥି ଭାବେ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଆର୍ତ୍ତ ତ୍ରାଣ ବାବୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, କିଶନ ଲାଲ ଆଗ୍ରୱାଲl, ଜିତେନ୍ଦ୍ର ସାହୁ, ସତ୍ୟ ନାରାୟଣ ଦରୱାନ, କ୍ରୀଡ଼ାବିତ ସତ୍ୟ ନାରାୟଣ ରାଓ, ପ୍ରାକ୍ତନ ନଗରପାଳ କଇରୁ ସ୍ୱାଇଁ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପିୟୁଷ ପଣ୍ଡା, ଯୋଗ ଦେଇଥିଲେ l ରକ୍ତ ଦାତା ସଂଘର ଉଦ୍ୟୋକ୍ତl, ରକ୍ତ ଦାତା ତଥା ଯୁବ ରକ୍ତ ଦାତାଙ୍କ ପ୍ରେରଣା ଦାତା ଜିଲ୍ଲାର ଗୌରବ ମନୋଜ ପଣ୍ଡାଙ୍କୁ ଏହି ସଭା ରେ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l

ସମୁଦାୟ ୫୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ କିଛି ମହିଳା ରକ୍ତ ଦାତା ଓ ସର୍ବୋଚ୍ଚ ନମ୍ବର ରକ୍ତ ଦାତା ଙ୍କୁ ସମ୍ମାନିତ କରାଯାଇଥିଲା l ଜିଲ୍ଲା ରକ୍ତ ଭଣ୍ଡାର ର ଡାକ୍ତର ସରୋଜ ପଟେଲ, ଟେକ୍ନିସିଆନ ଜଗତ ନାରାୟଣ ଦରୱାନ, ଟିଟୁ ଭୋଇ ଓ ଯୁଧିଷ୍ଠିର ନାଏକ ରକ୍ତ ସଂଗ୍ରହ କରିଥିଲେ l ମନୋରଞ୍ଜନ ତ୍ରିପାଠୀ, ବିକାଶ ପଣ୍ଡା, ଲଡ଼ୁ କିଶୋର ମଲ୍ଲିକ, ଶେଷ ଦେବ ମେହେର, ସନ୍ତୋଷ ପାଢ଼ୀ, ଗୁରୁ ଦଳେଇ, ସଦା ସାହୁ, ବୁବୁନ ନାଏକ, ଦିଲୀପ ସାହୁ, ପ୍ରମୁଖ ରାମଧୁନ କ୍ଲବ ଓ ପୂଜା କମିଟି ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l