ଚାଷୀଙ୍କ ହେକ୍ଟର, ହେକ୍ଟର ଚାଷ ଜମିରୁ ଉଜୁଡ଼ିଲା ଫସଲ, ନକଲି ଚାଷୀଙ୍କୁ ମିଳୁଛି ସହାୟତା

0
40
ଚାଷୀଙ୍କ ହେକ୍ଟର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୫/୧୧) : କଥାରେ ରହିଛି ଚାଷ କାମ ଯାହାର କେତେ ସୁଖ ତାହାର, ହେଲେ ଆଗ ଭଳି ଆଉ ଏଇ ଉବାଚ ନାହିଁ, ଏକଦମ ଓଲଟା, କେବିକେ ତାଲିକା ଭୂକ୍ତ ବଲାଙ୍ଗୀର ଜିଲ୍ଲା ଦାଦନ ପ୍ରବଣ ହୋଇ ଥିବା ବେଳେ ବର୍ଷକୁ କେବଳ ଥରେ ଚାଷ ହୋଇଥାଏ ।Whatsapp Image 2023 11 17 At 12.11.51

ଏଣୁ ବାଧ୍ୟ ହୋଇ ଲୋକେ ଦାଦନ ଶ୍ରମିକ ସଜିବା ସାର ହୋଇଛି । ଏପରିକି ଜଳ ସେଚନ ପ୍ରକଳ୍ପ ସହ ବିଭିନ୍ନ ସରକାରୀ ଯୋଜନା ମାନ କୋଟି, କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ସତ୍ତ୍ବେ ଚାଷୀ ବଞ୍ଚିତ ହୋଇ ରହିବା ସାର ହେଉଛି । ଏଭଳି ଏକ ଦୁଃଖଦ ଘଟଣା ନଜର କୁ ଆସିଛି ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିନେକେଲା ଗ୍ରାମ ପଞ୍ଚାୟତ ରେ । ଇତି ମଧ୍ୟରେ ଅଦିନିଆ ଝଡ଼ ବର୍ଷା ହେବା ଯୋଗୁଁ ଏହି ବିନେକେଲା ଗ୍ରାମ ପଞ୍ଚାୟତ ରେ ହେକ୍ଟର, ହେକ୍ଟର ଚାଷ ନଷ୍ଟ ହୋଇ ଯାଇଛି । ଚାଷୀ ମାନେ ଏବେ ନିରାଶ ହୋଇ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି । ପ୍ରକାଶ ଯେ,ଏହି ପଞ୍ଚାୟତ ଚାଷୀ ଙ୍କୁ ଅନଲାଇନ୍ କରିଦେବୁ କହି ପଞ୍ଚାୟତ ର କିଛି କର୍ମଚାରି ଓ ଭି ଏଲ ଡବ୍ଲୁ, ଉକ୍ତ ପଞ୍ଚାୟତ ଲୋକଙ୍କୁ ବୀମା ଯୋଜନାରେ ମଧ୍ୟ ସାମିଲ କରି ନାହାନ୍ତି ।

ହେଲେ ଜାଲ, କାଗଜ ପତ୍ରରେ ଅନ୍ୟ ଲୋକ ଙ୍କ ଜମି ଓ ଯେଉଁ ସ୍ଥାନରେ ଚାଷ ହେଉନି ଓ ଅନ୍ୟ ବ୍ୟକ୍ତି ଙ୍କୁ ଚାଷୀ ଦର୍ଶାଇ କାଗଜ, ପତ୍ର କରି ତାଙ୍କୁ ସବୁ ସୁବିଧା ସହ ଧାନ, ବିହନ, ସାର ଆଦି ପ୍ରଦାନ କରିବା ପଞ୍ଚାୟତବାସି ଅଭିଯୋଗ କରିଛନ୍ତି । ବିନେକେଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସର୍ବଦା ବନ୍ଦ ପଡ଼ି ରହୁଥିବା ବେଳେ ଆମେ ସରପଞ୍ଚ ଓ ଭି ଏଲ ଡବ୍ଲୁଙ୍କୁ ପଞ୍ଚାୟତ ଅଫିସ୍ କୁ ତିନି ଥର ଯାଇ ଫେରି ଆସିଲୁ । ଏପରିକି କେବଳ ଫୋନ୍ ରେ ନା, ନା ଆଳରେ ଆମକୁ କିଛି ସୂଚନା ପ୍ରଦାନ କରୁ ନାହାନ୍ତି । ଏବେ ଏହି ପଞ୍ଚାୟତ ର ଚାଷୀ ଅନ ଲାଇନ କେନ୍ଦ୍ର ରେ ତାଙ୍କ ନାମ ନ ଥିବା ପ୍ରକାଶ କରୁଥିବା ବେଳେ ଅନେକ ଲୋକ ଯେଉଁ ମାନେ ଚାଷୀ ନୁହନ୍ତି ତାଙ୍କ ସହ ମିଶି ମାଲା, ମାଲ ହେବା ଅଭିଯୋଗ କରିଛନ୍ତି । ଏ ନେଇ ଫସଲ ଉଜୁଡି ଯାଇଥିବା ଚାଷୀ ଙ୍କୁ କିଭଳି ଉପଯୁକ୍ତ ସୁବିଧା, ସୁଯୋଗ ମିଳିବ ତଥା ନକଲି ଚାଷୀଙ୍କୁ ଚାଷୀ ଦର୍ଶାଇ ଅର୍ଥ ହଡପ ନେଇ ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି ।