ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

0
39
ଜିଲ୍ଲା ସାମ୍ବାଦିକ ସଂଘ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୬/୧୧) : ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ଟିଟିଲାଗଡ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 11 16 At 23.49.27

ସାମ୍ପ୍ରତିକ ସମୟରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ଓ ତାର ଭୂମିକା ସହ କିଭଳି ସମସ୍ୟା ଦେଇ ଗତି କରୁଛି ଓ କଣ କଲେ ତାର ଆବଶ୍ୟକତା ପରିପୂର୍ଣ ହୋଇ ପାରିବ ସେ ନେଇ ନିମନ୍ତ୍ରିତ ଅତିଥି ବିଭିନ୍ନ ମତ ପ୍ରକାଶ କରିଥିଲେ । ଜିଲ୍ଲା ଓ ଜେ ୟୁ ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ସେଲମା, ସମ୍ପାଦକ ସୁଧୀର ଦାସ ଜାତୀୟ ପ୍ରେସ ଦିବସ ପାଳନ ନେଇ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ ଜିଲ୍ଲା ର ବହୁ ସଂଖ୍ୟା ରେ ସାମ୍ବାଦିକ ଯୋଗ ଦେଇଥିବା ବେଳେ ଅତିଥି ଭାବେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଞ୍ଚାସିନ ଥିଲେ ।

ଗଣ ମାଧ୍ୟମର ଚତୁର୍ଥ ସ୍ତମ୍ଭ ଭାବେ ପରିଗଣିତ ଏହି ସାମ୍ବାଦିକ କିଭଳି ନିଜ ଜୀବନ କୁ ବାଜି ଲଗେଇ କାର୍ଯ୍ୟ କରି ଆସୁଛନ୍ତି ତାହା ପ୍ରଶଂସନୀୟ ତଥା ତାଙ୍କ ଜୀବନ ଜୀବିକା ନେଇ ଜାତୀୟ ସ୍ତରରେ କିଭଳି ସୁବିଧା, ସୁଯୋଗ ପାଇ ପାରିବେ ସେ ଦିଗରେ କେନ୍ଦ୍ର ସରକାର ଦୃଷ୍ଟି ଦେବା ନିତାନ୍ତ ଜରୁରୀ ବୋଲି ଅତିଥି ବୃନ୍ଦ ମତ ବ୍ୟକ୍ତ କରିଥିଲେ ।