ଅନୁଗୁଳ-ଢେ଼ଙ୍କାନାଳ ଜିଲ୍ଲା ର ଡେଲୀ ପାସେଞ୍ଜର ସଂଘ ର ଜରୁରୀ କାଳୀନ ବୈଠକ ଅନୁଷ୍ଠିତ

0
158

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୨୭/୧୨) : ଢେଙ୍କାନାଳ ଦଧିବାମନ ମଠ ପ୍ରାଙ୍ଗଣରେ ଏକ ଅନୁଗୁଳ-ଢେ଼ଙ୍କାନାଳ ଜିଲ୍ଲା ର ଡେଲୀ ପାସେଞ୍ଜର ସଂଘ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଅନୁଗୁଳ-ଢେ଼ଙ୍କାନାଳ ଜିଲ୍ଲା ର ଡେଲୀ ପାସେଞ୍ଜର ସଂଘ ର ଏହି ବୈଠକ ରେ ସଭାପତି ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ରମାକାନ୍ତ ସାହୁ, ଉପସଭାପତି ବଦ୍ରି ନାରାୟଣ ମିଶ୍ର ଙ୍କ ଉପସ୍ଥିତିରେ ଏହି ସଭା କାର୍ଯ୍ୟଟି ଅନୁଷ୍ଠିତ ହୋଇଥିଲା । ଶ୍ରୀ ରମାକାନ୍ତ ସାହୁଙ୍କ ଦେହାନ୍ତ ହୋଇଥିବାରୁ ଏକ ମିନିଟ ନିରବତା ପ୍ରାର୍ଥନା କରାଯାଇଥିଲା । ନିମ୍ନ ଲିଖିତ ବିଷୟରେ ଆଲୋଚନା କରାଯାଇଥିଲା ଅନୁଗୁଳ-ପୁରୀ ଟ୍ରେନ ଅନୁଗୁଳ ଦେଇ ଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରାଯାଇଥିଲା ଏବଂ ରେଲୱେ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦିଆଯାଇଥିଲା ।

ଦ୍ଵିତୀୟରେ ଉକ୍ତ ଟ୍ରେନ ଟି ପ୍ରତିଦିନ ଯିବା ଏବଂ ଆସିବାରେ ନିୟମିତ ବିଳମ୍ବିତ ହେଇଥିବାରୁ ରେଲୱେ ଡିଭିଜନ ଏବଂ ହେଡ ଅଫିସ କୁ ଦୃଢ଼ ଭାବେ ପ୍ରତିବାଦ ଜଣେଇବାକୁ ପ୍ରସ୍ତାବ ଦିଆଗଲା । ଅତିଶୀଘ୍ର ପରିସ୍ଥିତି ନ ସୁଧୁରିଲେ ଅନ୍ଦୋଳନ ଗ୍ରହଣ କରାଯିବ ବୋଲି ସର୍ବେ ସମିତି କ୍ରମେ ପ୍ରସ୍ତାବ ନିଆଗଲା । ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ ଙ୍କ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ପରିଶେଷରେ ଧନ୍ୟବାଦ୍ ଦେଇ ସଭା ଭଙ୍ଗ କରାଯାଇଥିଲା ।