ଯୁବକର ଆତ୍ମହତ୍ୟା କୁ ନେଇ ଶୋକାକୁଳ ପରିବେଶ

0
39
ଯୁବକର ଆତ୍ମହତ୍ୟା

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୧୧) : ସୋନପୁର ମଝିପଡ଼ା ଠାରେ ସ୍ବର୍ଗତ ଭୋଳା ଘିବେଲାଙ୍କ ୨୨ ବର୍ଷୀୟ ପୁତ୍ର ରଘୁନାଥ ଘିବେଲା ଆଜି ଅପରାହ୍ନରେ ଆତ୍ମ ହତ୍ୟା କରିଥିବା ଜଣାପଡିଛି l

ସୋନପୁର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ମୃତ ରଘୁନାଥଙ୍କ ପୋଷ୍ଟମର୍ଟମ କରାଯାଇଛି l ସ୍ବର୍ଗତ ରଘୁନାଥ ମଝିପଡ଼ା ରାମଧୁନ କ୍ଲବ ଓ କାଳୀ ପୂଜା କମିଟି ର ଏକ ସକ୍ରିୟ ସଦସ୍ୟ ଥିବାରୁ ତାଙ୍କରି ଏ ଅଘଟଣ ବା ମୃତ୍ୟୁ ଖବରରେ ମଝିପଡ଼ା ତଥା ସହର ରେ ଶୋକ ପ୍ରକାଶ ପାଇଛି l ଏ ଖବର ରେ ସୋନପୁର ଯାଦବ ସମାଜର ନଗର ସଭାପତି ପ୍ରଫୁଲ୍ଲ ନାଏକଙ୍କ ସମେତ ସମସ୍ତ ସଦସ୍ୟ ଶୋକ ବ୍ୟକ୍ତ କରିଛନ୍ତି l ସ୍ଥାନୀୟ ରାମେଶ୍ୱର ଶ୍ମଶlନ ଘାଟରେ ସ୍ବର୍ଗତ ରଘୁ ଘିବେଲାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ମଝିପଡା କାଳୀପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସ୍ବର୍ଗତ ଘିବେଲାଙ୍କୁ ଶ୍ରଦ୍ଧାଞ୍ଜଳି ଓ ଅନ୍ତିମ ବିଦାୟ ଦେଇଥିଲେ l